୭୬ ବର୍ଷରେ ପାଦଦେଲେ ରାଷ୍ଟ୍ରପତି

ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୬ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୫ ମସିହା ଅକ୍ଟୋବର ୧ ତାରିଖରେ କୋବିନ୍ଦ ଉତ୍ତର ପ୍ରଦେଶର କାନପୁର ଜିଲ୍ଲା ଅନ୍ତର୍ଗତ ପାରୁଙ୍ଖ ଗାଁରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ ଜୁଲାଇ ୨୫ ତାରିଖରେ ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର