ସିର୍ସା : ସାଧ୍ୱୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଥିବା ବାବା ରାମ ରହିମଙ୍କୁ ନେଇ ପ୍ରତ୍ୟେକଦିନ କିଛି ନା’ କିଛି ରହସ୍ୟମୟ ଏବଂ ଭୟାବହ ତଥ୍ୟ ପଦାକୁ ଆସୁଛି। ଡେରା ସଚ୍ଚା ସୌଦାର ସିର୍ସା ମୁଖ୍ୟାଳୟରେ ଅନେକ ଲୋକଙ୍କୁ ମାରି ପୋତି ଦିଆଯାଇଥିବା ନେଇ ଅଭିଯେଗା ହୋଇଥିଲା। ଆଜି ଏକଥାକୁ ସ୍ୱିକାର କରିଛନ୍ତି ବାବାଙ୍କ ଘନିଷ୍ଠ ସହଯୋଗୀ। ବାବା ରାମ ରହିମଙ୍ଗ ଘନିଷ୍ଠ ସହଯୋଗୀଙ୍କୁ ଏସଆଇଟି(ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଦ୍ୱାରା ପଚରାଉଚୁରା ସମୟରେ ସେ ପ୍ରକାଶ କରିଛନ୍ତି ଯେ, ଡେରା ପରିସରରେ ୬୦୦ରୁ ଊର୍ଦ୍ଧ୍ୱ ମରଶରୀର ପୋତାଯାଇଛି। ପୂର୍ବତନ ଡେରା ଉପାଧ୍ୟକ୍ଷ ଡକ୍ଟର ପିଆର ନୈନ ସହ ଡେରା ଅଧ୍ୟକ୍ଷ ବିପାସନାଙ୍କୁ ଏସଆଇଟି ଜେରା କରିବା ସମୟରେ ସେ ଏକଥା ସ୍ୱିକାର କରିଛନ୍ତି ଏବଂ ସିର୍ସା ମୁଖ୍ୟାଳୟରେ ଜନସମାଧି ଥିବାନେଇ ସେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହାବାଦ୍ ରାମ ରହିମଙ୍କର ଜଣେ ମହିଳା ଭକ୍ତ ଦାବି କରିଛନ୍ତି ଯେ, ବାପା ମାନବ ଚୋରା ଚାଲାଣ ର୍ୟାକେଟ୍ ଚଳାଉଥିଲେ। ତାଙ୍କ ସନ୍ତାନକୁ ସେ ଡେରା ମୁଖ୍ୟାଳୟକୁ ଦାନ କରିଦେଇଥିଲେ କିନ୍ତୁ ଗତ ୧୨ ବର୍ଷ ହେବ ସେ ନିଖୋଜ ରହିଛି। ପାନିପତର ଏହି ମହିଳା ଜଣକ କହିଛନ୍ତି ଯେ, ସେ ଡେରା ସଚ୍ଚା ସୌଦାର ଜଣେ ଦୃଢ ସମର୍ଥକ ଏବଂ ଖବରକାଗଜରେ ଡେରାରେ ସେବା କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଶିଶୁଙ୍କୁ ଦାନ କରିବାନେଇ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନରେ ଲୋଭାନ୍ଵିତ ହୋଇ ସେ ତାଙ୍କ ୨ ମାସର ଶିଶୁ କନ୍ୟାକୁ ଦାନ କରିଦେଇଥିଲେ କିନ୍ତୁ ଗତ ୧୨ ବର୍ଷ ହେବ ତାଙ୍କ ପିଲା ନିଖୋଜ ଥିବା ସେ କହିଛନ୍ତି। ଏହାପୂର୍ବରୁ ହରିୟାଣାର ଜଣେ ସାମ୍ବାଦିକ ରାମାନନ୍ଦ ଟାଟିଆ ଦାବି କରିଥିଲେ ଡେରା ପରିସରରେ ଯଦି ଖନନ କାର୍ଯ୍ୟ ହୁଏ ତେବେ ବିପୁଳ ସଂଖ୍ୟାରେ ମଣିଷ କଙ୍କାଳ ମିଳିବ। ରାମ ରହିମଙ୍କୁ ଯିଏ ବିରୋଧ କରୁଥିଲା ତାକୁ ନିର୍ମମ ଭାବେ ହତ୍ୟା କରାଯାଇ ଆଶ୍ରମ ପରିସରରେ ଗୁପ୍ତ ଭାବେ ପୋତି ଦିଆଯାଉଥିଲା।
ଏସ୍ଆଇଟିକୁ ରାମରହିମ ସହଯୋଗୀଙ୍କ ବୟାନ: ଡେରା ମୁଖ୍ୟାଳୟ ମାଟିତଳେ ରହିଛି ୬୦୦ କଙ୍କାଳ
/sambad/media/post_attachments/wp-content/uploads/2017/09/dara-sirsa-ashram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)