ରାମ ରହିମଙ୍କୁ ଜାମିନ ‌

ପଞ୍ଚକୁଳା : ସାଧ୍ବୀଙ୍କୁ ଦୁଷ୍କର୍ମ ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ‌େସୗଦା ମୁଖ୍ୟ ରାମ ରହିମଙ୍କୁ ଆଜି ବନ୍ଧ୍ୟାକରଣ ମାମଲାରେ ପଞ୍ଚକୁଳା ସିବିଆଇ କୋର୍ଟ ଜାମିନ୍‌ ମଂଜୁର କରିଛନ୍ତି। କିନ୍ତୁ ରାମ ରହିମ ଏବେ ସାଧ୍ବୀ ଦୁଷ୍କର୍ମ ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବାରୁ ସେ ଜେଲ୍‌ରୁ ମୁକୁଳିବାର ପ୍ରଶ୍ନ ଉଠୁନାହିଁ। ଆତ୍ମଘୋଷିତ ଧର୍ମଗୁରୁ ରାମ ରହିମ ୪୦୦ ଅନୁଗାମୀଙ୍କ ବାଧ୍ୟତାମୂଳକ ବନ୍ଧ୍ୟାକରଣ କରିଥିବା ନେଇ ତାଙ୍କ ବିରୋଧରେ ସିବିଆ‌ଇ ପକ୍ଷରୁ ଚାର୍ଜସିଟ୍‌ ଦାଖଲ ହୋଇଥିଲା।

ସମ୍ବନ୍ଧିତ ଖବର