ସଂପତ୍ତି କିଣାବିକା ଲାଗି ଭକ୍ତଙ୍କୁ ନପୁଂସକ କରାଉଥିଲେ ରାମରହିମ୍‌

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ୍‌ ରହିମ୍‌ ସିଂଙ୍କ କଳା କାରନାମାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲୁଛି । ଦୁଇ ସ୍ୱାଧ୍ୱୀଙ୍କ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଭୋଗୁଥିବା ରାମ୍‌ ରହିମ୍‌ଙ୍କ ନାମରେ ଚାର୍ଜସିଟ୍‌ ଦାଖଲ ହୋଇଛି । ଏହି ଚାର୍ଜସିଟରୁ ଜଣାପଡ଼ିଛି କି ନିଜର ତଥା ସଂପତ୍ତି ବୃଦ୍ଧି ଲାଗି ରାମରହିମ୍‌ ତାଙ୍କର ଭକ୍ତମାନଙ୍କୁ ନପୁଂସକ କରାଉଥିଲେ । କାରଣ ଜଣେ ନପୁଂସକ ହେବା ଫଳରେ ତା’ର ସନ୍ତାନସନ୍ତତି ହେବେ ନାହିଁ ଓ କେହି ଉତ୍ତାରଧିକାରୀ ରହିବେ ନାହିଁ । ନପୁଂସକ ହୋଇ ସାରିଥିବା ଭକ୍ତଙ୍କ ନାମରେ ରାମ ରହିମ୍‌ ସଂପତ୍ତି କ୍ରୟ କରୁଥିଲେ ।

ସିବିଆଇ ପକ୍ଷରୁ ଦାୟର ହୋଇଥିବା ଚାର୍ଜସିଟରେ ରାମରହିମ୍‌ଙ୍କର କଳାକାରନାମାର ପ୍ରମାଣ ସ୍ୱରୂପ ଦସ୍ତାବିଜ ଅଦାଲତରେ ଦାଖଲ କରାଯାଇଛି । ଦସ୍ତାବିଜ୍‌ରୁ ଜଣାପଡ଼ିଛି କି ବିଭିନ୍ନ କାଇଦାରେ ଭକ୍ତଙ୍କୁ ନପୁଂସକ କରାଇବା ପରେ ରାମରହିମ୍‌ ସେମାନଙ୍କଠାରୁ ଏକ ପାଓ୍ଵାର ଅଫ୍‌ ଆଟର୍ଣ୍ଣି କରାଇ ନେଉଥିଲେ । ଯେଉଁ ଦସ୍ତାବିଜ୍‌ରେ ଜମିବାଡ଼ି କ୍ରୟ କରାଯିବା ସହ ବିକ୍ରି ମଧ୍ୟ ହୋଇପାରିବ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ଭକ୍ତମାନଙ୍କୁ ଆଦୌ ଜଣାଯାଇ ନ ଥିଲା କି ସେମାନେ ‘ପାଓ୍ଵାର ଅଫ୍‌ ଆଟର୍ଣ୍ଣି ’ ଦସ୍ତାବିଜ୍‌ ସିବିଆଇ ଆଶ୍ରମ ତଲାସ ସମୟରେ ଜବତ କରିଛି ।

ନପୁଂସକ ଭକ୍ତଙ୍କ ନାମରେ ଡେରା ପକ୍ଷରୁ ହୋଇଥିବା ୧୭ଟି ବଡ଼ ଧରଣର ଜାଗାବାଡ଼ି କିଣାବିକା କାରବାରର ପ୍ରମାଣ ସିବିଆଇ ହାତରେ ଲାଗିଛି । ଅନ୍ୟପକ୍ଷରେ ଏହି କାରବାରରେ ହରିୟାଣାର କାର୍ଯ୍ୟରତ ରାଜସ୍ୱ ବିଭାଗ ଅଧିକାରୀ ଓ ଓକିଲ ରାମ ରହିମ୍‌ଙ୍କୁ ସହାୟତା କରିଥିବା ଜଣାପଡ଼ିଛି । ପଞ୍ଚକୁଲା ସିବିଆଇ କୋର୍ଟରେ ଇତିମଧ୍ୟରେ ଚାର୍ଜସିଟ ଦାଖଲ ହୋଇଛି ।

ସମ୍ବନ୍ଧିତ ଖବର