ପ୍ୟାରୋଲରେ ଜେଲରୁ ଖଲାସ ହେବ ବିବାଦୀୟ ଧର୍ମଗୁରୁ ଗୁରୁମୀତ ରାମରହିମ ! ରାଜ୍ୟ ସରକାରଙ୍କ ସୁପାରଶ

ରୋହତକ : ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସ୍ଥାନୀୟ ସୁନାରିଆ ଜେଲରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଗୁରୁମୀତ ରାମ ରହିମ ସାମୟିକ ଭାବେ ଜେଲରୁ ମୁକୁଳିବା ଆଶା ଉଜ୍ଜଳ ହୋଇଛି । କିଛି ଦିନ ପୂର୍ବେ ସେ କରିଥିବା ପ୍ୟାରୋଲ ଆବେଦନ ଏବେ କୋର୍ଟଙ୍କ ବିଚାରାଧୀନ ଥିବାବେଳେ, ହରିୟାଣା ସରକାର ତାଙ୍କ ପ୍ୟାରୋଲ ସପକ୍ଷରେ ସୁପାରିଶ କରିଛନ୍ତି । ଜେଲରେ ତାଙ୍କର ଆଚରଣ ସନ୍ତୋଷଜନକ ଥିବା ଜେଲ ବିଭାଗ ସୁପାରିଶ କରିଛି ।

photo-zeenews

ତେବେ ତାଙ୍କର ପ୍ୟାରୋଲ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି କୋର୍ଟ ନେବେ ।  ସୂଚନାଯୋଗ୍ୟ ଯେ ଚାଷ କରିବା ପାଇଁ ସେ ଏହି ୪୧ ଦିନିଆ ପ୍ୟାରୋଲ ମାଗିଛି । ଏହି ଆବେଦନ ମିଳିବା ପରେ ଜେଲ ଅଧୀକ୍ଷକ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଥିଲେ । ଏହି ପତ୍ରରେ ଲେଖାଯାଇଛି ଯେ ଜେଲରେ ଗୁରୁମୀତଙ୍କ ଚାଲିଚଳନ ଠିକ ରହିଛି ଓ ସେ କୌଣସି ଆଇନ ଉଲ୍ଲଙ୍ଘନ କରିନାହାନ୍ତି । ଜେଲ ଅଧୀକ୍ଷକଙ୍କଠାରୁ ପତ୍ର ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ବିଭାଗକୁ ପତ୍ର ଲେଖି ରାମରହିମଙ୍କର କେତେ ଜମି ରହିଛି ତାହା ଯାଞ୍ଚ କରାଯାଇଥିଲା । ଗତ ୨୦୧୮ ଜାନୁୟାରୀମାସରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ ଅଦାଲତ ଗୁରୁମିତକୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର