୫୦ ଦିନ ପରେ ଜେଲକୁ ଫେରିଲେ ରାମ ରହିମ୍

ରୋହତକ: ସାଧ୍ୱୀ ଯୌନ ନିର୍ଯାତନା ଓ ସାମ୍ବାଦିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲରୁ ଜେଲ ପଠାଇ ଦିଆଯାଇଛି। ଜାନୁଆରୀ ୧୯ ରେ ରାମ ରହିମ ଜେଲରୁ ମୁକ୍ତ ହୋଇ ଆଜି ଅପରାହ୍ନ ୫ଟାରେ ରୋହତକର ସୁନାରିଆ ଜେଲରେ ପହଞ୍ଚିଥିଲେ। ଏହି ସମୟରେ ହରିୟାଣା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜେଲ୍ ଚାରିପଟେ ବୁଲୁଥିବା ସମସ୍ତ ଲୋକଙ୍କ ସ୍କ୍ରିନିଂ କରାଯାଉଥିଲା।

ଦୋଷୀ ସାବ୍ୟସ୍ତ ହେବାର ୪ ବର୍ଷ ମଧ୍ୟରେ ରାମ ରହିମଙ୍କୁ ୯ ଥର ପାରୋଲ ମିଳିଛି। ଏଥର ଜାନୁଆରୀ ୧୯ରେ ସେ ଜେଲରୁ ବାହାରିବା ପରେ ରାମ ରହିମଙ୍କୁ ଦିଆଯାଇଥିବା ପାରୋଲକୁ ବିରୋଧ କରି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ହରିୟାଣାର ବିଜେପି ସରକାରଙ୍କୁ ଭବିଷ୍ୟତରେ ରାମ ରହିମଙ୍କୁ ପାରୋଲ ଦେବା ପୂର୍ବରୁ ହାଇକୋର୍ଟଙ୍କ ଅନୁମତି ନେବାକୁ କହିଛନ୍ତି।

ଏହି ମାମଲାରେ ହରିୟାଣା ସରକାରଙ୍କୁ କୋର୍ଟ ପ୍ରଶ୍ନ ପଚାରିଥିଲେ ଯେ ରାମ ରହିମଙ୍କ ଭଳି ଏଭଳି କେତେ ଜଣଙ୍କୁ ପ୍ୟାରୋଲ ଦିଆଯାଇଛି, ଏହାର ତାଲିକା ମଧ୍ୟ କୋର୍ଟରେ ଦାଖଲ କରାଯାଉ। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ରେ ହେବ।

ସମ୍ବନ୍ଧିତ ଖବର