ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ପୁଣି ଥରେ ପାରୋଲ ମିଳିଛି । ତାକୁ ୨୦ ଦିନର ପାରୋଲ ମିଳିଛି । ଦୁଇ ଶିଷ୍ୟଙ୍କୁ ଦୁଷ୍କର୍ମ ଅଭିଯୋଗରେ ରାମ ରହିମକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ସେ ଜେଲ ଯିବା ପରେ ଏହା ହେଉଛି ୧୧ତମ ପାରୋଲ୍ । ସେ ଏବେ ରୋହତକର ସୁନାରିଆ ଜେଲରେ ଅଛି। ରାମ ରହିମ ୨୦ ଦିନ ପାଇଁ ପାରୋଲ ପାଇଁ ଆବେଦନ କରିଥିଲା, ଯାହାକୁ ମଞ୍ଜୁର କରାଯାଇଛି।

Advertisment

ରାମ ରହିମର ପାରୋଲ ଆବେଦନ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯାଇଥିଲା । ନିର୍ବାଚନ କମିଶନ ରାମ ରହିମକୁ ସର୍ତ୍ତ ସହ ପାରୋଲ ପ୍ରଦାନ କରିଛନ୍ତି। ରାମ ରହିମ ସକାଳେ ୟୁପିର ବାଗପତ ଆଶ୍ରମକୁ ଯିବ। ପୂର୍ବରୁ ରାମ ରହିମ ୫୦ ଦିନର ପାରୋଲ ନେଇସାରିଥିଲା। ଅବଶିଷ୍ଟ ୨୦ ଦିନ ପାଇଁ ରାମ ରହିମ ପାରୋଲ ପାଇଁ ଆବେଦନ କରିଥିଲେ। 

ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଗୁରମିତ ରାମ ରହିମକୁ ନିର୍ବାଚନ ପୂର୍ବରୁ ପାରୋଲ ମିଳିଥିଲା । ଚଳିତ ବର୍ଷ ଅଗଷ୍ଟ ୧୩ତାରିଖରେ ତାକୁ ୨୧ ଦିନିଆ ପାରୋଲରେ ମୁକ୍ତ କରାଯାଇଥିଲା। ହରିୟାଣାର ସିରସା, ହିସାର, ଫତେହାବାଦ ଏବଂ ଅନ୍ୟ କେତେକ ଜିଲ୍ଲାରେ ରାମ ରହିମର ଯଥେଷ୍ଟ ପ୍ରଭାବ ରହିଛି।