ନୂଆଦିଲ୍ଲୀ: ରୋହତକ ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ୍ଙ୍କୁ ସୋମବାର ତାଙ୍କ ପତ୍ନୀ ହରଜିତ୍ କୌର ଦେଖା କରି ଦୀପାବଳି ଶୁଭକାମନା ଜଣାଇଛନ୍ତି। ସାକ୍ଷାତ ପାଇଁ ହରଜିତ୍ଙ୍କ ସହ ତାଙ୍କ ପୁଅ ଯଶମିତ୍ ସିଂହ ଇନ୍ସାନ୍, ବଡ଼ଝିଅ ଚରଣପ୍ରୀତ ଏବଂ ସାନଜ୍ୱାଇଁ ରୁଆ-ଏ-ମିତ୍ ମଧ୍ୟ ସାଙ୍ଗରେ ଯାଇଥିଲେ। ଗତ ଅଗଷ୍ଟ ମାସରୁ ରାମ ରହିମ୍ ଜେଲ୍ରେ ପଶିଲା ପରେ ହରଜିତ୍ଙ୍କର ଏହା ପ୍ରଥମ ସାକ୍ଷାତ ଥିଲା। ଡେରା ଆଶ୍ରମରେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଇଥିବା ରାମ ରହିମଙ୍କ ପାଇଁ ଜେଲ୍ ଜୀବନଶୈଳୀ ଶୋଚନୀୟ ହୋଇପଡ଼ିଛି। ତେବେ ତାଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଆତ୍ମୀୟମାନେ ସାଙ୍ଗରେ ତାଙ୍କ ପାଇଁ କିଛି ଦୀପାବଳି ମିଠା ନେଇଥିବା ଜଣାଯାଇଛି।
ଜେଲ୍ରେ ରାମ ରହିମ୍ଙ୍କୁ ଭେଟିଲେ ପତ୍ନୀ
/sambad/media/post_attachments/wp-content/uploads/2017/10/rohtak_jail_1504580173_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)