ରାମସେତୁ ମନୁଷ୍ୟକୃତ ! ଆମେରିକୀୟ ଗବେଷକଙ୍କ ଦାବି

ନୂଆଦିଲ୍ଲୀ: ରାମାୟଣ ବର୍ଣ୍ଣିତ ରାମ ସେତୁ ବା ସେତୁବନ୍ଧ କଣ ମନୁଷ୍ୟକୃତ  ଅଥବା ପ୍ରାକୃତିକ ? ଏହାକୁ ନେଇ ଭାରତରେ ଅନେକ ସମୟରେ ମତଭେଦ ରହିଛି । ହିନ୍ଦୁମାନେ ଏହାକୁ  ଭଗବାନ ଶ୍ରୀରାମ ଓ ତାଙ୍କ ବାନର ସେନା ଦ୍ୱାରା ନିର୍ମିତ ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଐତିହାସିକ ଓ ଭାରତୀୟ ପ୍ରତ୍ନତତ୍ତ୍ୱବିତମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ ।

କିନ୍ତୁ ଆମେରିକାର ଏକ ଗବେଷକ ଦଳ ପକ୍ଷରୁ କରାଯାଇଥିବା ନୂଆ ଗବେଷଣାରେ କେତେକ ଚମକପ୍ରଦ ତଥ୍ୟ ଉଜାଗର କରାଯାଇଛି । ଏହି ଗବେଷଣା ଦଳରେ କଲୋରାଡୋ ୟୁନିଭର୍ସିଟି, ଇଣ୍ଡିଆନା ୟୁନିଭର୍ସିଟି,ସଦର୍ଣ୍ଣ ଓରିଗନ ୟୁନିଭର୍ସିଟି ପକ୍ଷରୁ ମିଳିତଭାବେ କରାଯାଇଛି । ଏହାକୁ ନେଇ ଡିସ୍କଭରୀ ଚ୍ୟାନେଲ ଅନ୍ତର୍ଗତ ସାଇନ୍ସ ଚ୍ୟାନେଲ ପକ୍ଷରୁ ଏକ ସ୍ୱତନ୍ତ୍ର ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଆଜି ଏହି  ଡକ୍ୟୁମେଣ୍ଟାରୀର ଏକ ଟ୍ରେଲର ପ୍ରସାରିତ ହୋଇଛି । ଏହି ଟ୍ରେଲରକୁ ପ୍ରାୟ ୧୧ ଲକ୍ଷ ଲୋକ ଦେଖିସାରିଲେଣି ।

 

ସଦର୍ଣ୍ଣ ଓରିଗନ ୟୁନିଭର୍ସିଟିର ହିଷ୍ଟରିକାଲ ଆର୍କିଓଲଜିଷ୍ଟ ଚେଲସୀ ରୋଜ କହିଛନ୍ତି ଯେ ଯେଉଁ ବାଲିବନ୍ଧ ରହିଛି ତାହା ପ୍ରାକୃତିକ ହେଲେ ମଧ୍ୟ ଯେଉଁ ପଥରଗୁଡିକ ଉପରେ ଉକ୍ତ ବାଲି ଚରିଯାଇଛି ତାହା ମଣିଷକୃତ । ହୋଇପାରେ ତାହା ୭ ହଜାର ବର୍ଷ ପୁରୁଣା ।

ମୋଟାମୋଟିଭାବେ ଏହି ଗବେଷଣା ରାମାୟଣ ବର୍ଣ୍ଣିତ ସେତୁବନ୍ଧକୁ କେତେକାଂଶରେ ସତ୍ୟ ବୋଲି ପ୍ରମାଣିତ କରୁଛି ।

୨୦୦୫ରେ ୟୁପିଏ ସରକାରଙ୍କ ଅମଳରେ ପ୍ରସ୍ତାବିତ ଏକ ସିପିଂ କେନାଲ ପ୍ରକଳ୍ପ ଲାଗି ଏହି ସେତୁକୁ ଭାଙ୍ଗିବା ପାଇଁ ସରକାର ଯୋଜନା କରୁଥିଲେ । ତେବେ ସେତେବେଳେ ଏହାକୁ ବିରୋଧୀ ବିଜେପି ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା । ଏପରିକି ୟୁପିଏ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ ଭାଗବାନ ରାମ ଏକ କଳ୍ପନା ଚରିତ୍ର । ଏହାକୁ ନେଇ ଦେଶରେ ପ୍ରବଳ ବିରୋଧ ହୋଇଥିଲା ।

 

ସମ୍ବନ୍ଧିତ ଖବର