ସଂସଦର ଆଗାମୀ ଅଧିବେଶନରେ ରାମମନ୍ଦିର ନିର୍ମାଣ ବିଲ ଆଗତ ହେବ- ବିଜେପି ସାଂସଦ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଆସନ୍ତା କାଲି ବିଶ୍ୱହିନ୍ଦୁ ପରିଷଦ ଓ ସାଧୁସନ୍ଥ୍‌ମାନେ ଅଯୋଧ୍ୟାରେ ରୁଣ୍ଡ ହେଉଛନ୍ତି। ଏହାକୁ ନେଇ ଉତ୍ତରପ୍ରଦେଶର ଅଯୋଧ୍ୟା ସହରର ବାତାବରଣ ଉଷ୍ମ ହୋଇଥିବା ବେଳେ ସରକାର ୧୪୪ ଧାର ଜାରି କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି୍‌ିି। ଏଭଳି ଏକ ପରିସ୍ଥିତିରେ ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ କହିଛନ୍ତି ଯେ ସଂସଦର ଆଗାମୀ ଅଧିବେଶନରେ ରାମମନ୍ଦିର ନିର୍ମାଣ ବିଲ ଆଗତ କରାଯିବ। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହାଇଯାଇଛି।
ଉତ୍ତର ପ୍ରଦେଶଶର ବାଲିଆ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କାଳରେ ଭାରତୀୟ ଜନତା ପାର୍ଟି ସାଂସଦ ରବୀନ୍ଦ୍ର କୁଶାଓ୍ଵାହା ଗତକାଲି କହିଛନ୍ତି ଯେ ଆସେନ୍ତା ଡିସେମ୍ବର ୧୧ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ସଂସଦର ଏହି ଶୀତକାଳୀନ ଅଧିବେଶନରେ ରାମ ମନ୍ଦିର ନିର୍ମାଣ ବିଲ ନିଶ୍ଚିତ ଆଗତ କରାଯିବ। ଆଉ ଯଦି ଏହି ବିଲ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ଅଭାବରୁ ପାସ୍‌ ନ ହୁଏ ତେବେ ଏ ନେଇ ଅଧ୍ୟାଦେଶ ଅଣାଯିବ ବୋଲି ଶ୍ରୀ କୁଶଓ୍ଵାହା କହିଛନ୍ତି।

ସମ୍ବନ୍ଧିତ ଖବର