ରାମ ମନ୍ଦିର ସଂଘର୍ଷର ଇତିହାସ, ୧୫୨୮ ରୁ ୨୦୨୦

୧୫୨୮: ମନ୍ଦିର କାନ୍ଥରେ ଥିବା ଶିଳାଲେଖ ଅନୁଯାୟୀ ବାବର୍‌ଙ୍କ ନିର୍ଦ୍ଦେଶରେ ମୀର୍‌ ବକିଙ୍କ ଦ୍ବାରା ବାବ୍ରି ମସଜିଦ୍‌ ନିର୍ମାଣ ହୋଇଥିଲା‌ ।
୧୬୧୧: ବ୍ରିଟିଶ୍‌ ବ୍ୟବସାୟୀ ୱିଲିୟମ୍‌ ଫିଞ୍ଚ୍‌ଙ୍କ ତଥ୍ୟ ଅନୁଯାୟୀ ଏଠାରେ ରାମଙ୍କ ମନ୍ଦିର ଥିଲା ଏବଂ ବହୁସଂଖ୍ୟାରେ ତୀର୍ଥଯାତ୍ରୀ ଏଠାକୁ ଆସୁଥିଲେ
୧୭୧୭ : ରାଜପୁତ ରାଜା ଜୟସିଂହ (ଦ୍ବିତୀୟ) ମସଜିଦ୍‌ର ଜମି କିଣିଲେ ଏବଂ ସେଠାରେ ମୂର୍ତ୍ତି ସ୍ଥାପନର ବ୍ୟବସ୍ଥା କରିଥିଲେ।
୧୮୫୦ : ହନୁମାନ ଗଦି ନିକଟସ୍ଥ ମସଜିଦ୍‌କୁ ନେଇ ମୁହାଁମୁହିଁ ହୋଇଥିଲେ ହିନ୍ଦୁ ମୁସଲମାନ୍‌।
୧୮୫୩: ବାବ୍ରି ମସଜିଦ୍‌କୁ ନେଇ ହିନ୍ଦୁ-ମୁସଲିମ୍ ମଧ୍ୟରେ ହୋଇଥିଲା ସାମ୍ପ୍ରଦାୟିକ ସଂଘର୍ଷ।
୧୮୫୯ : ବ୍ରିଟିଶ୍‌ ପ୍ରଶାସନ ବିବାଦୀୟ ସ୍ଥଳରେ ଏକ ପାଚେରୀ ବୁଲାଇଥିଲେ। ହିନ୍ଦୁ ଏବଂ ମୁସଲମାନଙ୍କ ପୂଜାପାଇଁ ଭିନ୍ନ ସ୍ଥାନ ଦର୍ଶାଇଥିଲେ। ଏହି କାରଣ ପାଇଁ ଦୀର୍ଘ ବର୍ଷ ଧରି ବିବାଦ ରହି ଆସିଥିଲା
୧୮୮୫ : ମହନ୍ତ ରଘୁବୀର ଦାସ ମସଜିଦ୍‌ ନିକଟରେ ଥିବା ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ଫୈଜାବାଦ୍‌ ଜିଲ୍ଲା କୋର୍ଟ‌୍‌ରେ ଏକ ଆବେଦନ କରିଥିଲେ।
୧୯୪୯: ମସଜିଦ୍‌ରେ ରାମ ସୀତାଙ୍କ ମୂର୍ତ୍ତି ସ୍ଥାପନ। ଉଭୟ ପାର୍ଶ୍ବରୁ ଦେୱାନୀ ମକଦ୍ଦମା ରୁଜୁ। ସରକାର ମସଜିଦ୍ ଗେଟ୍‌ରେ ତାଲା ପକାଇଦେଲେ
୧୯୫୦ : ଗୋପାଳ ସିଂହ ବିଶାରଦ ଏବଂ ପରମହଂସ ରାମଚନ୍ଦ୍ର ଦାସଙ୍କ ଦ୍ବାରା ରାମଲାଲାଙ୍କ ମୂର୍ତ୍ତି ପୂଜନ ପାଇଁ ଫୈଜାବାଦ୍‌ କୋର୍ଟରେ ମକଦ୍ଦମା ରୁଜୁ।
୧୯୫୯: ବିବାଦୀୟ ଜମି ମାଲିକାନା ପାଇଁ ନିର୍ମୋ‌ହି ଆଖଡ଼ାର ଆବେଦନ
୧୯୬୧ : ଉତ୍ତରପ୍ରଦେଶ ସୁନ୍ନି ୱକଫ୍‌ ବୋର୍ଡ‌୍ ପକ୍ଷରୁ ବିବାଦୀୟ ଜମି ଅଧିକାର ପାଇଁ ଏବଂ ମସଜିଦ୍‌ରୁ ମୂର୍ତ୍ତି ହଟାଇବାପାଇଁ ଆବେଦନ
୧୯୮୬ : ୩୭ ବର୍ଷ ପରେ ମସଜିଦ୍‌ ଗେଟ୍‌ ଖୋଲିବା ସହ ହିନ୍ଦୁମାନଙ୍କୁ ମୂର୍ତ୍ତି ପୂଜନ ପାଇଁ ଫୈଜାବାଦ୍‌ ସେସନ୍ସ କୋର୍ଟ‌୍‌ର ଅନୁମତି। ବାବ୍ରି ମସଜିଦ୍‌ କାର୍ଯ୍ୟାନୁଷ୍ଠାନ କମିଟି ଗଠନ।
୧୯୮୯ : ବିବାଦୀୟ ସ୍ଥଳ ନିକଟରେ ମନ୍ଦିର ନିର୍ମାଣ ପାଇଁ ଶିଳା ସ୍ଥାପନ ଲାଗି ବିଶ୍ବ ହିନ୍ଦୁ ପରିଷଦର ଘୋଷଣା। ବିବାଦୀୟ ସ୍ଥଳ ନିକଟରେ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଯିବାକୁ ବି‌ରୋଧ କରି ଦେଶବ୍ୟାପୀ ସଂଘର୍ଷ।
୧୯୯୦ : ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ଅଧ୍ୟକ୍ଷ ଲାଲ୍‌କୃଷ୍ଣ ଆଡଭାନୀଙ୍କ ଗୁଜରାଟର ସୋମାନଥ ମନ୍ଦିରରୁ ରଥଯାତ୍ରା ଆରମ୍ଭ।
୧୯୯୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ସରକାରଙ୍କ ଦ୍ବାରା ୨.୭୭ ଏକର ଜମି ଅକ୍ତିଆର କରି ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟ୍‌କୁ ଲିଜ୍‌ ପ୍ରଦାନ।
୧୯୯୨ : ଡିସେମ୍ବର ୬ ତାରିଖ‌ରେ ପ୍ରାୟ ୨ ଲକ୍ଷ କରସେବକଙ୍କ ଦ୍ବାରା ବାବ୍ରି ମସଜିଦ୍‌ ଭଙ୍ଗା ଯିବା ପରେ ଦେଶବ୍ୟାପୀ ସାମ୍ପ୍ରଦାୟିକ ଦଙ୍ଗା।
୨୦୦୧ : ବାବ୍ରି ମସଜିଦ୍‌ ଧ୍ବଂସ ବାର୍ଷିକୀରେ ଭିଏଚ୍‌ପି ପକ୍ଷରୁ ପୁଣିଥରେ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି ସାବ୍ୟସ୍ତ ଯୋଗୁଁ ଏହାକୁ ବିରୋଧ କରି ଉତ୍ତେଜନା ।
୨୦୦୨: ୨୭ ଫେବ୍ରୁଆରିରେ ଗୁଜରାଟର ଗୋଧ୍ରାରେ ଏକ ଟ୍ରେନ୍‌ ଉପରେ ଆକ୍ରମଣ ଯୋଗୁଁ ୫୮ ଜଣ କରସେବକ ଜୀବନ୍ତ ଦଗ୍ଧ। ଏହାର ପ୍ରତିକ୍ରିୟାରେ ଗୁଜରାଟରେ ଭୟଙ୍କର ଦଙ୍ଗା। ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
୨୦୦୩: ଏଏସ୍‌ଆଇକୁ ସର୍ଭେ ରିପୋର୍ଟରେ ମସଜିଦ୍‌ ତଳେ ମନ୍ଦିର ଥିବା ପ୍ରମାଣ ଦିଆଯିବା ପରେ ମୁସଲିମ୍‌ ‌ଗୋଷ୍ଠୀ ପକ୍ଷରୁ ଏହାର ବିରୋଧ।
୨୦୦୪ : ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ଆଡଭାନୀଙ୍କ ଭୂମିକା ସଂକ୍ରାନ୍ତରେ କୋର୍ଟ‌୍‌ଙ୍କ ପୂର୍ବ ରାୟକୁ ସମୀକ୍ଷା କରିବାପାଇଁ ଉତ୍ତରପ୍ରଦେଶ କୋର୍ଟ‌୍‌ଙ୍କ ନିର୍ଦ୍ଦେଶ ।
୨୦୦୭ : ଅଯୋଧ୍ୟା ଜମି ବିବାଦ ମାମଲାରେ ରିଭ୍ୟୁ ପିଟିସନ୍‌ ଗ୍ରହଣ ପାଇଁ ସୁପ୍ରିମକୋର୍ଟ ଅରାଜି ।
୨୦୦୯: ଦୀର୍ଘ ୧୭ ବର୍ଷର ତଦନ୍ତ ପରେ ଲିବ୍ରହାନ୍‌ କମିସନ୍‌ଙ୍କ ରିପୋର୍ଟ‌୍ ଦାଖଲ
୨୦୧୦: ସେପ୍ଟେମ୍ବର ମାସରେ ଅଯୋଧ୍ୟା ଜମି ବିବାଦ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ‌୍‌ଙ୍କ ରାୟ। ଅଯୋଧ୍ୟା ଜମିକୁ ୩ ଭାଗରେ ବିଭକ୍ତ କରି ରାମଲଲା, ସୁନ୍ନି ୱକଫ୍‌ ବୋର୍ଡ‌୍ ଏବଂ ନିର୍ମୋହି ଆଖଡ଼ା ମଧ୍ୟରେ ବାଣ୍ଟିବା ପାଇଁ ନିର୍ଦ୍ଦେଶ। ଡିସେମ୍ବରରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏବଂ ସୁନ୍ନି ୱକଫ୍‌ ବୋର୍ଡ‌୍ ଆହ୍ଲାବାଦ୍‌ ହାଇକୋର୍ଟ‌୍‌ଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ।
୨୦୧୧: ଆ‌ହ୍ଲାବାଦ୍‌ ହାଇକୋର୍ଟ‌୍‌ଙ୍କ ରାୟ ଉପରେ ସୁପ୍ରିମକୋର୍ଟ‌୍‌ଙ୍କ ରହିତାଦେଶ ।
୨୦୧୯: ଅଗଷ୍ଟ ୬ରେ ସୁପ୍ରିମକୋର୍ଟ‌୍‌ର ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଦ୍ବାରା ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ ଏବଂ ରାୟ ସଂରକ୍ଷିତ। ୯ ନଭେମ୍ବରରେ ସୁପ୍ରିମକୋର୍ଟ‌୍‌ଙ୍କ ୫ ଜଣିଆ ସମ୍ବିଧାନ ପୀଠ ଦ୍ବାରା ଚୂଡ଼ାନ୍ତ ରାୟ ପ୍ରକାଶ। ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ବିବାଦୀୟ ୨. ୭୭ ଏକର ଜମିକୁ ସରକାରଙ୍କ ଦ୍ବାରା ଗଠିତ ଏକ ଟ୍ରଷ୍ଟ୍‌କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ। ମସଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଅନ୍ୟ ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱକଫ୍‌ ବୋର୍ଡ‌୍‌କୁ ୫ ଏକର ଜମି ଦେବାପାଇଁ ନିର୍ଦ୍ଦେଶ।
୨୦୨୦ ଅଗଷ୍ଟ ୫ : ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କ‌ଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବନ୍ଧିତ ଖବର

Comments are closed.