ନୂଆଦିଲ୍ଲୀ : ରାମମନ୍ଦିର ପ୍ରସଙ୍ଗରେ ବିଚାରବିଭାଗୀୟ ପ୍ରକ୍ରିୟା ଶେଷ ହେବା ପରେ ହିଁ ଅଧ୍ୟାଦେଶ କଥା ବିଚାରକୁ ଅଣାଯିବ । ନ୍ୟୁଜ ଏଜେନ୍ସି ଏଏନଆଇକୁ ବର୍ଷର ପ୍ରଥମ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି । ତେବେ ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଜାଣିଶୁଣି ବିଚାରପ୍ରକ୍ରିୟାକୁ ଧୀମା କରାଯାଉଛି ।

Advertisment

ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ ବିମୁଦ୍ରାୟନ ଏକ ଅଚାନକ ଝଟକା ନଥିଲା । ଲୋକମାନଙ୍କୁ ବର୍ଷକ ପୂର୍ବରୁ ସତର୍କ କରାଇଦିଆଯାଇଥିଲା ଯେ ଯେଉଁମାନଙ୍କର କଳାଧନ ଅଛି ସେମାନେ ସ୍ୱତଃପ୍ରବୃତଭାବେ ଆଗେଇ ଆସି ତାହାକୁ ଘୋଷଣା କରନ୍ତୁ, ସରକାର ସାହାଯ୍ୟ କରିବେ । କିନ୍ତୁ ଲୋକମାନେ ଏହାକୁ ମଧ୍ୟ ହାଲକା ଭାବେ ନେଲେ । ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ପ୍ରସଙ୍ଗରେ ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଉପରେ କୌଣସି ରାଜନୈତିକ ଚାପ ନଥିଲା । ସେ ମଧ୍ୟ ଆର୍ଥିକ ଅନିୟମିତତା ଲାଇଁ ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି ।