ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ଅନିଲ ସୂତାର ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, "ଗଭୀର ଦୁଃଖର ସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ମୋ ବାପା ରାମ ଭାଞ୍ଜୀ ସୂତାରଙ୍କ ୧୭ ଡିସେମ୍ବର ମଧ୍ୟରାତ୍ରରେ ଆମ ବାସଭବନରେ ପରଲୋକ ଘଟିଛି।"
୧୯୯୯ରେ ମିଳିଥିଲା ପଦ୍ମଶ୍ରୀ
କେବଳ ଷ୍ଟାଚ୍ୟୁ ଅଫ୍ ୟୁନିଟି ନୁହେଁ ସେ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ଧ୍ୟାନ ମୁଦ୍ରାରେ ବସିଥିବା ଏବଂ ଛତ୍ରପତି ଶିବାଜୀଙ୍କ ଘୋଡା ଚଢ଼ିଥିବା ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଥିଲେ। ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରାମ ଭାଞ୍ଜୀ ସୂତାର ଛଅ ଦଶନ୍ଧି ଧରି ମୂର୍ତ୍ତିକାର ଭାବେ କାମ କରିଥିଲେ। ତାଙ୍କ କାମ ପାଇଁ ୧୯୯୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Gang Rape Main Accused Arrested ଧଉଳି ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/18/ram-sutar-2025-12-18-10-30-14.jpg)