ନୂଆଦିଲ୍ଲୀ: ଦିବଂଗତ ନେତା ରାମ ବିଳାସ ପାଶୱାନଙ୍କ ଆଜି ହେବ ଅନ୍ତିମ ସଂସ୍କାର । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ଦିଲ୍ଲୀର ୧୨ ଜନପଥରୁ ତାଙ୍କର ପାର୍ଥିବ ଶରୀରକୁ ପାଟନା ଅଣାଯିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମୀ ଓ ନେତା ଶେଷ ଦର୍ଶନ କରି ବିଦାୟ ଦେଇଥିଲେ । ସେହିପରି ବିହାର ବିଧାନସଭାକୁ ନିଆଯାଇଥିଲା ପାର୍ଥିବ ଶରୀର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବିଭିନ୍ନ ଦଳର ନେତା ଓ ବିଧାୟକ ବିଧାନସଭାରେ ରାମ ବିଳାସ ପାଶୱାନଙ୍କ ଶେଷ ଦର୍ଶନ କରି ବିଦାୟ ଜଣାଇଛନ୍ତି ।

Advertisment

ବିହାରର ବିଭିନ୍ନ ରାଜନୈତିକ ଦଳର ନେତା ପହଞ୍ଚି ପାଶୱାନଙ୍କ ଅନ୍ତିମ ଦର୍ଶନ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ପାଶୱାନଙ୍କ ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି ପାଟନାରେ ପାଶୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସଂପନ୍ନ ହେବ । ଏଥିରେ ସାମିଲ ହେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତକାଲି ଠାରୁ ପାଟନା ପହଞ୍ଚି ସାରିଛନ୍ତି ।

RIP Ram Vilas Paswan: Political figures condole death of Union Minister and LJP supremo - Oneindia News Oneindia

ସୂଚନାଯୋଗ୍ୟ, ଗତ ଗୁରୁବାର ରାତିରେ ରାମ ବିଳାସ ପାଶୱାନଙ୍କ ପରଲୋକ ଘଟିଥିଲା । ଚିକିତ୍ସାଧୀନ ଥିବା ଅବସ୍ଥାରେ ୭୪ ବର୍ଷ ବୟସରେ ଆଖି ବୁଜିଥିଲେ ରାମ ବିଳାସ ପାଶୱାନ । ଏହା ସହିତ ଦେଶ ରାଜନୀତିରେ ରାମ ବିଳାସ ପାଶୱାନଙ୍କ ୫୦ ବର୍ଷର ଯାତ୍ରାର ଶେଷ ହୋଇଥିଲା । ବିହାରରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଏହି ଦଳିତ ନେତା କେନ୍ଦ୍ରରେ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଛନ୍ତି । ବିଶ୍ୱନାଥ ପ୍ରତାପ ସିଂଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ଯାଏଁ ରହିଥିଲା କେନ୍ଦ୍ର ରାଜନୀତିରେ ପାଶୱାନଙ୍କ ଯାତ୍ରା । ଆଜି ତାଙ୍କର ପରଲୋକ ଜାତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।