ଶତୃଘ୍ନ ସିହ୍ନାଙ୍କ ପରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍‌ଓ୍ଵାନ୍‌ଙ୍କୁ ପାଟ୍‌ନା ବିମାନ ବନ୍ଦରରେ ମିଳିଲାନି ଭିଆଇପି ସୁବିଧା

ପାଟନ୍‌: ଭିଆଇପି ସୁବିଧା ହରାଇଲେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ଵାନ୍‌ । ବିହାରର ପାଟ୍‌ନା ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ପାଶଓ୍ଵାନ୍‌ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ସେ ତାଙ୍କ ନିର୍ବାଚନ ମଣ୍ଡଳୀ ହାଜିପୁର ଗସ୍ତରେ ଯାଇ ଦିଲ୍ଲୀ ଫେରିବା ସମୟରେ ପାଟ୍‌ନା ବିମାନ ବନ୍ଦରରେ ତାଙ୍କୁ ପୂର୍ବରୁ ମିଳୁଥିବା ଭିଆଇପି ସୁବିଧା ମିଳି ନ ଥିଲା। ଫଳରେ ତାଙ୍କୁ ସ୍ୱତନ୍ତ୍ର ଗାଡ଼ି ବଦଳରେ କିଛି ରାସ୍ତା ଚାଲିଚାଲି ଯିବାକୁ ପଡ଼ିଥିଲା। ଏନେଇ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ଭିଆଇପି ସୁବିଧା ନ ମିଳିବା ପଛରେ ଅସଲ ରହସ୍ୟ ପଦାକୁ ଆସିଥିଲା।

ପାଟ୍‌ନା ବିମାନ ବନ୍ଦରରେ ତାଙ୍କୁ ଭିଆଇପି ସୁବିଧା ପ୍ରଦାନ ଲାଗି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଥିଲା ତା’ର ଅବଧି ୨୦୧୮ ଡିସେମ୍ବର ୩୦ ତାରିଖରେ ଶେଷ ହୋଇଛି। ଏହାର ନବୀକରଣ ଲାଗି ପାଶଓ୍ଵାନ ଆବେଦନ କରି ନଥିବାରୁ ତାଙ୍କର ଭିଆଇପି ସୁବିଧା ଶେଷ ହୋଇଛି।

ଏଥିପୂର୍ବରୁ ଏହି ଭଳି ଭାବେ ଅଭିନେତାରୁ ରାଜନେତା ବନିଥିବା ଶତୃଘ୍ନ ସିହ୍ନାଙ୍କୁ ମଧ୍ୟ ପାଟ୍‌ନା ବିମାନ ବନ୍ଦରରେ ଭିଆଇପି ସୁବିଧା ମିଳି ନଥିଲା। ୨୦୧୮ ଜୁନ୍‌ ୩୦ ପର୍ଯ୍ୟନ୍ତ ତାଙ୍କୁ ଭିଆଇପି ସୁବିଧା ମିଳିବା ଲାଗି ବିଜ୍ଞପ୍ତି ଜାରି ହୋଇଥିଲା। ପରେ ଏହାର ଅବଧି ବଢ଼ା ଯାଇ ନଥିବାରୁ, ସେ ଏଥିରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର