ରମ୍‌ଜାନ ଆରମ୍ଭ

ନୂଆଦିଲ୍ଲୀ : ଗୁରୁବାରଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି। ଆଜି ରାତିରେ ଦିଲ୍ଲୀ ଜାମା ମସଜିଦ୍‌ ପକ୍ଷରୁ ଜାରି ବିବୃତିରେ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଦିଲ୍ଲୀ, ଚେନ୍ନାଇ ଏବଂ ସୁରତରେ ଆଜି ରମଜାନ ଚାନ୍ଦ ଦେଖାଯାଇଛି। ଆଜି ରାତିରେ ପ୍ରଥମ ତରାବୀ ନମାଜ କରାଯିବା ସହ ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଛି। ଇସଲାମିକ କ୍ୟାଲେଣ୍ଡରରେ ଏହି ମାସକୁ ପବିତ୍ର ବୋଲି କୁହାଯାଏ। ଏହି ମାସରେ ଭୋରରୁ ସନ୍ଧ୍ୟା ପର୍ଯ୍ୟନ୍ତ ମୁସଲିମ୍‌ ଭକ୍ତମାନେ ଉପବାସ କରନ୍ତି।  ରମଜାନ ମାସ ଶେଷରେ ଇଦୁଲ ଫିତର ପାଳନ କରାଯାଏ।

ସମ୍ବନ୍ଧିତ ଖବର