ରାମକୃଷ୍ଣ ମିସନ୍‌ ମୋ ପାଇଁ ସ୍ବତନ୍ତ୍ର ମହତ୍ତ୍ବ ରଖୁଛି: ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ କୋଲକାତା ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ସେ ରାମକୃଷ୍ଣ ମିସନରେ ରହଣି ସୁଯୋଗ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି ସେ ରାମକୃଷ୍ଣ ମିସନ୍‌ରେ ସମୟ ଅତିବାହିତ କରିବାକୁ ଯାଉଥିବାରୁ ଖୁବ୍‌ ଖୁସି ଅନୁଭବ କରୁଛନ୍ତି। ରାମକୃଷ୍ଣ ମିସନ୍‌ ମୋ ପାଇଁ ସ୍ବତନ୍ତ୍ର ମହତ୍ତ୍ବ ରଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିବଂଗତ ମହାନ ସନ୍ଥ ସ୍ବାମୀ ଆତ୍ମାସ୍ଥନନ୍ଦଙ୍କ ସ୍ମୃତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି- ଯେଉଁ ବ୍ୟକ୍ତି ‘ଜନ ସେବା ହି ପ୍ରଭୁ ସେବା’ ନୀତି ବିଷୟରେ ମତେ ଶିକ୍ଷା ଦେଇଥିଲେ ସେ ରାମକୃଷ୍ଣ ମିସନ୍‌ରେ ଏବେ ଆଉ ନଥିବେ। ଏହା ମୁଁ ଭାବିପାରୁନି ଯେ, ମୁଁ ରାମକୃଷ୍ଣ ମିସନ୍‌ରେ ମୁଁ ଥିବି, କିନ୍ତୁ ସ୍ବାମୀ ଆତ୍ମସ୍ଥାନନ୍ଦ ନଥିବେ।

ସମ୍ବନ୍ଧିତ ଖବର