ଇସ୍ତଫା ଦେଲେ ରମଣ ସିଂହ

ରାୟପୁର: ଛତିଶଗଡ଼ର ବିଦାୟୀ ମୁଖ୍ୟମନ୍ତ୍ରୀ ରମଣ ସିଂହ  ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ଦୀର୍ଘ ୧୫ ବର୍ଷ ଧରି ବିଜେପି ସରକାରର ନେତୃତ୍ବ ନେଉଥିବା ରମଣ ସିଂହ ଆଜି ପରାଜୟକୁ ସାମ୍ନା କରିବାପରେ କହିଛନ୍ତି ଯେ ଦଳର ନିର୍ବାଚନୀ ବିଫଳତା ପଛରେ ରହିଥିବା କାରଣ ଗୁଡ଼ିକୁ ତର୍ଜମା କରାଯିବ। ଦଳର ପରାଜୟ ପାଇଁ ସେ ସମସ୍ତ ନୈତିକ ଦାୟିତ୍ବ ନେଉଥିବା କହିଛନ୍ତି। ରାଜ୍ୟରେ ବିଜେପି ଏକ ଗଠନମୂଳକ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ଏବଂ ଜନକଲ୍ୟାଣ ପାଇଁ ସମସ୍ତ କାର୍ଯ୍ୟ ଜାରି ରଖିବ ବୋଲି ରମଣ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଭାବପ୍ରବଣ ଉଦ୍‌ବୋଧନ ଦେଇ ସେ କହିଥିଲେ ରାଜ୍ୟବାସୀଙ୍କ ଭଲପାଇବାକୁ କେବେ ବି ଭୁଲି ହେବନାହିଁ।

ସମ୍ବନ୍ଧିତ ଖବର