ରାୟପୁର : ଛତିଶଗଡ଼ରେ ଆସନ୍ତା ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ମୁଖ୍ୟମନ୍ତ୍ରୀ ରମଣ ସିଂହ ଆଜି ରାଜନନ୍ଦଗାଓଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଅାଜି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ୬୬ ବର୍ଷୀୟ ରମଣ ସିଂହ ନିଜଠାରୁ ବୟସରେ ୨୦ ବର୍ଷ ସାନ ଯୋଗୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ କ୍ଷେତ୍ରରେ ଯୋଗୀଙ୍କଠାରୁ ବହୁ ବରିଷ୍ଠ ନେତାମାେନ ତାଙ୍କ ପାଦ ଛୁଇଁ ଅାଶୀର୍ବାଦ ନେଇଥିବା ନଜିର ରହିଛି।
ଯୋଗୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ରମଣ ସିଂହ
/sambad/media/post_attachments/wp-content/uploads/2018/10/Raman_Singh_Yogi_Adityanath_YouTube.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)