ରାମାୟଣର ଉର୍ଦ୍ଦୁ ଅନୁବାଦ କଲେ ମୁସଲିମ୍‌ ମହିଳା

କାନପୁର: କାନ୍‌ପୁରର ଜଣେ ମୁସଲିମ୍‌ ମହିଳା ଉର୍ଦ୍ଦୁ ଭାଷାରେ ରାମାୟଣ ଅନୁବାଦ କରି ଏବେ ଚର୍ଚ୍ଚାରେ ରହିଛନ୍ତି। କାନପୁର, ପ୍ରେମ୍‌ ନଗର ଅଞ୍ଚଳର ବାସିନ୍ଦା ଡକ୍ଟର ମାହି ତଲାତ୍‌ ସିଦ୍ଦିକି ଏହି ଅନୁବାଦ ଦ୍ୱାରା ହିନ୍ଦୁ-ମୁସଲିମ୍‌ ସାମ୍ପ୍ରଦାୟିକ ସଦ୍‌ଭାବନାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାମାୟଣର ମହାନ୍‌ ଆଦର୍ଶ ଓ ତ୍ୟାଗ ବାବଦରେ ମୁସଲିମ୍‌ ସମ୍ପ୍ରଦାୟ ଅଧିକ ଅବଗତ ହେବା ଉଚିତ୍‌ ବୋଲି ସିଦ୍ଦିକି କହିଛନ୍ତି। ଦୁଇବର୍ଷ ପୂର୍ବେ କାନପୁରର ଜଣେ ବାସିନ୍ଦା ବଦ୍ରି ନାରାୟଣ ତିଓ୍ଵାରୀ ସିଦ୍ଦିକିଙ୍କୁ ଏକ ରାମାୟଣ ପୁସ୍ତକ ଦେବାପରେ ସେ ଏହାକୁ ଉର୍ଦ୍ଦୁକୁ ଅନୁବାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସମସ୍ତ ଧର୍ମର ପବିତ୍ର ପୁସ୍ତକ ପରି ରାମାୟଣ ମଧ୍ୟ ଶାନ୍ତି ଏବଂ ଭାଇଚାରାର ବାର୍ତ୍ତା ଦେଇଛି। ରାମାୟଣ ଅନୁବାଦ କରି ସେ ନିଜେ ମଧ୍ୟ ଖୁବ୍‌ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର