ଶ୍ରୀନଗର: ଜମ୍ମୁକାଶ୍ମୀର ରାମବନରେ ଭୟଙ୍କର ଭୂସ୍ଖଳନ ପରେ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ରାସ୍ତାଘାଟ ସବୁ ଚିହ୍ନି ହେଉନି । ଏନଏଚ-୪୪ରେ ପାହାଡ ଧସି ପଡିଛି ଫଳରେ ରାସ୍ତା ବନ୍ଦ ହୋଇପଡିଛି । ହାଇୱେର ୨ ପାର୍ଶ୍ବରେ ହଜାର ହଜାର ଗାଡି ଅଟକିଥିବା ବେଳେ ଏଥିରି ବେଳେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଯେଉଁଠି ବାହାହେବାକୁ ଯାଉଥିବା ବରଟି କନ୍ୟା ଘରକୁ ଚାଲି ଚାଲି ଯାଉଛି ।
ଏନଏଚ-୪୪ ଜାମ୍ ଥିବାରୁ ଏବଂ ବନ୍ୟା ପାଇଁ ରାମବନରେ ରାସ୍ତା ସବୁ ଭାଙ୍ଗି ୨୧ ଏପ୍ରିଲକୁ ପୂର୍ବରୁ ସ୍ଥିର ହୋଇସାରିଥିବାରୁ ବାଧ୍ୟ ହୋଇ ବର ଏସବୁ ପରିସ୍ଥିତିକୁ ବେଖାତିର କରି ପାଦରେ ଚାଲିବାକୁ ନିଷ୍ପତ୍ତି ନେଇ ବର ଜଣଙ୍କ ପ୍ରାୟ ୭ କିଲୋମିଟର ପାହାଡି ରାସ୍ତା ଚାଲିଚାଲି ଶେଷରେ କନ୍ୟା ଘରେ ପହଞ୍ଚିଛନ୍ତି ।
ତେବେ ରାମବନ ନିବାସୀ ହସରୁଖ ଅହମ୍ମଦ ନିଲ ଗଗନାନ ଗାଁକୁ ବିବାହ ପାଇଁ ଯାଉଥିବା ବେଳେ ରାସ୍ତା ଖରାପ ପାଇଁ ଚାଲି ଚାଲି ଯିବାକୁ ବାଧ୍ୟ ହୋଇଛନ୍ତି । ସକାଳ ୬ଟାରୁ ଘରୁ ବର ବାହାରିଥିବା ବେଳେ ଚାଲିବା ଛଡା ଆଉ କୌଣସି ବିକଳ୍ପ ନଥିଲା ବୋଲି ଅହମ୍ମଦ କହିଛନ୍ତି ।
ସେପଟେ ବାହାଘର ପରେ ବି ନିଜ ପତ୍ନୀଙ୍କ ସହ ହସରୁଖ ସେହି ବାଟ ଦେଇ ପୁଣି ଥରେ ଚାଲିଚାଲି ଫେରିଥିଲେ । ଯେହେତୁ ସେମାନେ ପାହାଡି ଇଲାକା ଲୋକ ତେଣୁ ସେମାନଙ୍କ ପାଇଁ ପାହାଡରେ ଚାଲିବା ଏତେ କଷ୍ଟକର ନୁହେଁ ବୋଲି ବର କହିଥିବା ବେଳେ ସେମାନଙ୍କ ଅତିଥିମାନେ ସାମାନ୍ୟ କଷ୍ଟ ଭୋଗିଛନ୍ତି । ତେଣୁ ସରକାର ଏବଂ ପ୍ରଶାସନକୁ ଶୀଘ୍ର ରାସ୍ତାସଫା କରିବାକୁ ବର ଜଣଙ୍କ ଅନୁରୋଧ କରିଛନ୍ତି । କାରଣ ରାସ୍ତାର ୨ ପାର୍ଶ୍ବରେ ଶହଶହ ଗାଡି ଅଟକିଛି ଯେଉଁଥିଲେ ବୃଦ୍ଧବୃଦ୍ଧା, କୁନିକୁନି ପିଲା ଏବଂ ଗର୍ଭବତୀ ମହିଳାମାନେ ଫସି ରହିଛନ୍ତି ।