ଶ୍ରୀନଗର: ଜମ୍ମୁକାଶ୍ମୀର ରାମବନ ଭୂସ୍ଖଳନ ଘଟଣାକୁ ନେଇ ଆସିଛି ଅପଡେଟ୍ । ସରକାରୀ ସ୍ତରରେ ସୂଚନା ଦେଇଛନ୍ତି ଡେପୁଟି କମିଶନର । ସୂଚନା ଅନୁସାରେ ଲଗାଣବର୍ଷା ଏବଂ ଭୂସ୍ଖଳନ ଫଳରେ ପ୍ରାୟ ୨୦୦ରୁ ୨୫୦ ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ବାଦଲଫଟା ବର୍ଷା ପରେ ଉପୁଜିଥିବା ସ୍ଥିତି ପାଇଁ ହାଇୱେ ଜାମ୍ ରହିଛି । ତାସହ ଘର ଓ ହୋଟେଲ ଧସିଯାଇଛି । ଭୂସ୍ଖଳନରେ ସବୁଠୁ ଅଧିକ ରାମବନ କ୍ଷତିଗ୍ରସ୍ତ ହୋଇଛି । ତେବେ ୩ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣା ପଡିଛି ।
/sambad/media/media_files/2025/04/20/AqaJfAjAiKx0X57aLFwE.jpg)
ଅନ୍ୟପଟେ ଏନଡିଆରଏଫର ଟିମ ଏନଏଚରେ ଧସିଥିବା ପାହାଡରେ ଉଦ୍ଧାରକାମ ଆରମ୍ଭ କରିଛନ୍ତି ଏବଂ ସେମାନେ ଫଶିଥିବା ଗାଈଗୋରୁଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଏଥିସହ ପାହାଡ ଧସିବା ଫଳରେ ରାସ୍ତାରେ ଯାଉଥିବା ବଡବଡ ଟ୍ରକ୍ ମଧ୍ୟ ପୋତି ହୋଇଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସ୍ଥିତି କେତେ ଭୟଙ୍କର ଦର୍ଶାଇ ଦେଉଛି ।
ସେପଟେ ରାମବନରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ଜାମ୍ମୁକାଶ୍ମୀର ଉପମୁଖ୍ୟମନ୍ତ୍ରୀ ସରିନ୍ଦର କୁମାର ଚୌଧୁରୀ। ଲୋକଙ୍କୁ ଭୟଭୀତ ନହେବାକୁ କହିଥିବା ବେଳେ ସରକାର ସବୁପ୍ରକାର ସୁବିଧା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ତାସହ ପାଗ ଠିକ ନଥିବାରୁ ଉଦ୍ଧାର କାମରେ ବାଧା ଉପୁଜୁଥିବା ସେ କହିଛନ୍ତି । ଯେତେବେଳେ ମୁଁ ୨ ମିନିଟ୍ ଏଠାରେ ଛିଡା ହେବା ସମ୍ଭବ ହୋଇପାରୁନି ତାହାଲେ ଉଦ୍ଧାର କାମରେ କେତେ ସମସ୍ୟା ହେଉଥିବ ଆପଣ ଭାବନ୍ତୁ ବୋଲି ଗଣମାଧ୍ୟମକୁ କହିଛନ୍ତି ।
/sambad/media/media_files/2025/04/20/kPouFkisr66jeGu0tcQK.jpg)
ଜାମ୍ମୁକାଶ୍ମୀର ରାମବନ ଭୂସ୍ଖଳନ ଏବଂ ବନ୍ୟା ସ୍ଥିତି ନେଇ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଭୟଙ୍କର ଘଟଣା । ଯେଉଁଠି ପ୍ରକୃତିର କରାଳ ରୂପ ଆଗରେ କିଛି ବି ବର୍ତ୍ତିନି । ରାମବନରେ ଥିବା ଏକ ବଜାର ବନ୍ୟାମାଡରେ ସମ୍ପୂର୍ଣ୍ଣ ଧୋଇଯାଇଛି । ଦିନକ ପୂର୍ବରୁ ଯେଉଁଠି ଦୋକାନ ଥିଲା ରାତି ପାହିବା ବେଳକୁ ସେଠି କିଛି ନଥିଲା । ନା ବଜାର ଥିଲା ନା ଦୋକାନ । ପୂରା ଧୋଇଯାଇଥିଲା ବଜାର ଏବଂ ଦୋକାନ ଘର ।
/sambad/media/media_files/2025/04/20/KpVOXiXpdtdzJumQuz97.jpg)
ସ୍ଥାନୀୟ ବାସିନ୍ଦା ରବି କୁମାରଙ୍କ କହିବା କଥା । ଭୋର ୪ଟା ବେଳେ ଏଭଳି ଭୟଙ୍କର ଘଟଣା ଘଟିଛି । ଖବର ପାଇ ଆମେ ଯେତେବେଳେ ଆସି ଏଠି ପହଞ୍ଚିଲୁ ଆଉ କିଛି ନଥିଲା । ପୂରା ବଜାରକୁ ଧୋଇନେଇଥିଲା ବନ୍ୟାଜଳ । ବଜାରରେ ୨୫ଟି ଦୋକାନ ଥିବା ବେଳେ ୨୦ରୁ ୨୫ ବାଇକ ପାର୍କିଂ କରାଯାଇଥିଲା । ଯାହା ସମ୍ପୂର୍ଣ୍ଣ ଭାସି ଯାଇଛି । ଆମେ ଲୋନ ଆଣି ଦୋକାନ କରିଥିଲୁ ଏବେ କେମିତି ସେସବୁ ସୁଝିବୁ । ଦୟାକରି ସରକାର ଆମ କଥା ଶୁଣନ୍ତୁ ବୋଲି ରବି ଦାବି କରିଛନ୍ତି ।
/sambad/media/media_files/2025/04/20/5mvhGrXdcplVdz5Sl13h.jpg)
ଅନ୍ୟଜଣେ ଯୁବକ ଉମ ସିଂ କହିଛନ୍ତି, ଏଭଳି ଘଟଣା ଆଗରୁ କେବେ ବି ମୁଁ ଦେଖିନି । ଭାରି ଭୟଙ୍କର ଥିଲା ସେ ସମୟ । କଳାପାଣିରେ ସବୁ ଭାସିଗଲା । ମୋ ଦୋକାନ, କାଗଜ ପତ୍ର, ଟଙ୍କା ସବୁକିଛି...