ପୁଅକୁ ମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ପାଶୱାନ

ନୂଆଦିଲ୍ଲୀ : କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଗଢ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ ଦୃଢ଼ ବିଶ୍ବାସ ରଖିଛନ୍ତି। ପାଶୱାନ୍‌ କିନ୍ତୁ ନୂଆ ସରକାରରେ ନିଜ ପୁଅ ଚିରାଗ୍‌ଙ୍କୁ ଜଣେ ମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଚିରାଗ ପାଶୱାନ ସରକାରରେ ଯୋଗ ଦେଇପାରନ୍ତି ବୋଲି ରାମ ବିଳାସ ପାଶ୍ବାନ ଆଶା ପ୍ରକଟ କରିଛନ୍ତି। ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ରଖି ରାମ ବିଳାସ କହିଛନ୍ତି, କେଉଁ ବାପା ବା ନିଜ ପୁଅକୁ ମନ୍ତ୍ରୀ ଭାବେ ଦେଖିବାକୁ ନଚାହିବ। ଚିରାଗ୍‌ଙ୍କ ପାଖରେ ଜଣେ ନେତା ହେବାର ସମସ୍ତ ଗୁଣ ଅଛି ବୋଲି ତାଙ୍କ ସେ କହିଛନ୍ତି।

ସମ୍ବନ୍ଧିତ ଖବର