ୱାଙ୍ଖଡ଼େଙ୍କ ସମର୍ଥନରେ ରାମଦାସ ଅଠାୱାଲେ: ନୱାବ ମଲିକଙ୍କୁ ଷଡ଼୍‌ଯନ୍ତ୍ର ବନ୍ଦ କରିବାକୁ କହିଲେ

ମୁମ୍ବାଇ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବିର ଜୋନାଲ୍‌ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଏବେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟ୍‌ରେ ଥିବା ବେଳେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନୱାବ ମଲିକ ପ୍ରତିଦିନ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣୁଛନ୍ତି। ଏବେ ରିପବ୍ଲିକାନ ଦଳର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଏହି ମାମଲାରେ ଏନ୍‌ସିବି ଅଫିସର ୱାଙ୍ଖଡ଼େକୁ ଦୃଢ଼ ସମର୍ଥନ କରିଛନ୍ତି।

ୱାଙ୍ଖଡ଼େଙ୍କ ବିରୋଧରେ ନବାବ ମଲିକ ବହୁତ ବଡ଼ ଷଡ଼୍‌ଯନ୍ତ୍ର କରିଛନ୍ତି ଏବଂ ତାଙ୍କ ବିରୋଧରେ ପ୍ରତିଟି ଅଭିଯୋଗ ଏହି ଷଡ଼୍‌ଯନ୍ତ୍ରର ଅଂଶବିଶେଷ ବୋଲି ସେ କହିଛନ୍ତି। ମଲିକ ଏହି ଷଡ଼୍‌ଯନ୍ତ୍ର ବନ୍ଦ ନକଲେ ବଡ଼ ଧରଣର ଜନଅସନ୍ତୋଷକୁ ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଜଣେ ଦଳିତ ଅଫିସରଙ୍କୁ ଟାର୍ଗେଟ୍‌ କରିବା ପାଇଁ ମଲିକ ଯେଉଁ ଷଡ଼୍‌ଯନ୍ତ୍ର କରିଛନ୍ତି ତାହା ତାଙ୍କ କ୍ରୋଧର ପ୍ରତିଫଳନ ବୋଲି ସେ କହିଛନ୍ତି।

ମଲିକଙ୍କ ଜ୍ବାଇଁ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ନେଇ ବଳିଷ୍ଠ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ଏନ୍‌ସିବି ପଦକ୍ଷେପ ନେଇଥିଲା ଏବଂ ସେ ୮ ମାସ ଜେଲ୍‌ରେ ରହିବା ପରେ ଏବେ ମୁକୁଳିଛନ୍ତି। ଜ୍ବାଇଁଙ୍କୁ ନେଇ ବଦନାମ ହୋଇଥିବାରୁ ମଲିକ ଏବେ ୱାଙ୍ଖଡ଼େକୁ ଟାର୍ଗେଟ କରିବା ପାଇଁ ତାଙ୍କର ସବୁ ଶକ୍ତି ଲଗାଇ ଦେଇଛନ୍ତି ବୋଲି ଅଠାୱାଲେ କହିଛନ୍ତି।

ସମ୍ବନ୍ଧିତ ଖବର