ତୈଳବୃଦ୍ଧି ପ୍ରଶ୍ନକୁ ନେଇ ସାମ୍ବାଦିକଙ୍କୁ ଧମକାଇଲେ ରାମଦେବ ବାବା

ନୂଆଦିଲ୍ଲୀ: ତୈଳବୃଦ୍ଧି ପ୍ରସଙ୍ଗରେ କିଛି ପ୍ରଶ୍ନ ପଚାରିଥିବା ସାମ୍ବାଦିକଙ୍କୁ ଧମକ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ସାମ୍ବାଦିକ ବାବା ରାମଦେବଙ୍କୁ ପ୍ରଶ୍ନ କରିଥିଲେ, ବିଜେପି କ୍ଷମତାକୁ ଆସିଲେ ସାଧାରଣ ଜନତା ପେଟ୍ରୋଲ ଲିଟର ୪୦ ଟଙ୍କା ଏବଂ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା ୩୦୦ ଟଙ୍କାରେ ପାଇବେ ବୋଲି ଆପଣ ପୂର୍ବରୁ ମତ ଦେଇଥିଲେ। ଏବେ ଆପଣଙ୍କ ପ୍ରତିକ୍ରିୟ କ’ଣ ବୋଲି ସାମ୍ବାଦିକ ପଚାରିବା ମାତ୍ରେ ରାମଦେବ ବାବା ରାଗି ଯାଇଥିଲେ। କହିଲେ, ହଁ ମୁଁ କହିଥିଲି, ତୁମେ କ’ଣ କରିବ? ଏଭଳି ପ୍ରଶ୍ନ ପଚାରିବା ବନ୍ଦ କର। ମୁଁ ଠିକାଦାର ନୁହେଁ ଯେ ତୁମ ସମସ୍ତ ପ୍ରଶ୍ନ ଉତ୍ତର ଉତ୍ତର ଦେବି। ସାମ୍ବାଦିକ ପ୍ରଶ୍ନକୁ ଦୋହରାଇବାରୁ ରାମଦେବ କହିଲେ, ଚୁପ୍‌ ରୁହ। ମୁଁ ଯାହା କହିବାର କଥା କହିସାରିଛି। ପ୍ରଶ୍ନ ଦୋହରାଇଲେ କିଛି ଭଲ ହେବ ନାହିଁ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର