ଭାରତ ରତ୍ନ ନେଇ ରାମଦେବଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଯୋଗୁଗୁରୁ ବାବା ରାମଦେବ ଆଜି ଭାରତ ରତ୍ନ ସମ୍ମାନ ପ୍ରସଙ୍ଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ବାବା ରାମଦେବ କହିଛନ୍ତି ଯେ ସ୍ବାଧୀନତାର ୭୦ ବର୍ଷ ପରେ ବି କୌଣସି ସାଧୁସନ୍ଥଙ୍କୁ ଭାରତ ରତ୍ନ ଦିଆଯାଇନାହିଁ। ସମାଜ ପାଇଁ ସାଧୁସନ୍ଥମାନଙ୍କ ବଳିଷ୍ଠ ଅବଦାନ ସତ୍ତ୍ବେ ସେମାନଙ୍କୁ ଏଯାବତ୍‌ କାହିଁକି ଏହି ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମହର୍ଷି ଦୟାନନ୍ଦ ଏବଂ ସ୍ବାମୀ ବିବକୋନନ୍ଦଙ୍କର ଦେଶ ପ୍ରତି କିଛି କମ୍‌ ଅବଦାନ ନାହିଁ। କିନ୍ତୁ ମଦର ଟେରେସାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।। ସେ ଖ୍ରିଷ୍ଟିଆନ୍‌ ହୋଇଥିବାରୁ ତାଙ୍କୁ ଜାତୀୟ ପୁରସ୍କାର ଦିଆଯାଇଛି, କିନ୍ତୁ ଅନ୍ୟ କୌଣସି ସାଧୁସନ୍ଥଙ୍କୁ ଜାତୀୟ ପୁରସ୍କାର ମିଳିନାହିଁ, କାରଣ ସେମାନେ ହିନ୍ଦୁ। ତେବେ ଦେଶରେ ହିନ୍ଦୁ ହେବା କ’ଣ ଏକ ଅପରାଧ କି ବୋଲି ରାମଦେବ ପ୍ରଶ୍ନ କରିଛନ୍ତି। ଏଭଳି ବୟାନ ପାଇଁ ରାମଦେଙ୍କୁ କଡ଼ା ସମାଲୋଚନାର ଶିକାର ‌ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର