ମୋଦୀ-ଶାହାଙ୍କ ନେତୃତ୍ବ ପାଇଁ ଅଯୋଧ୍ୟା ରାୟ ଆସି ପାରିଲା: ରାମଦେବ

ନୂଆଦିଲ୍ଲୀ: କିଛି ଦିନ ତଳେ ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ବିଗତ ଅନେକ ବର୍ଷ ଧରି ଅଯୋଧ୍ୟା ବିବାଦ ଲାଗି ରହିଥିବା ବେଳେ ଏବେ ଏହାର ସମାଧାନ ହେବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଚଛି।  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସହ ମୁସଜିଦ୍ ପାଇଁ ୫ଏକର ଜମି ଦିଆଯିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ହେଲେ, ଏବେ ସେହି ରାୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯୋଗଗୁରୁ ରାମଦେବ। ‘ଆଜତକ’କୁ ସାକ୍ଷାତକାର ଦେଇ ସେ ଖୋଲାଖୋଲି ଭାବେ ମୋଦୀ ସରକାରକୁ ସମର୍ଥନ ଜଣାଇଛନ୍ତି।

योग गुरु रामदेव (फाइल फोटो)
aajtak.intoday.in

ତାଙ୍କ କହିବା ଅନୁଯାୟୀ, ମୁଁ ଜଣେ ମୋଦୀ ପ୍ରଶଂସକ। ଯଦି ଦେଶରେ ମୋଦୀଜୀ ଓ ଶାହାଙ୍କର ନେତୃତ୍ବ ନଥାନ୍ତା, ତେବେ ଅଯୋଧ୍ୟ ଉପରେ ରାୟ ଆସି ପାରି ନଥାନ୍ତା। ଏତେ ବଡ଼ ରାୟ ଶୁଣାଇବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଓ ସାହାସ ଦରକାର। ଯାହା ସମସ୍ତଙ୍କ ପାଖରେ ନଥାଏ। ଯେଉଁମାନଙ୍କୁ ଦେଶ ଚଳାଇବା ଜଣା ନାହିଁ, ସେମାନେ ଏଭଳି ସାହସ କେବେ ବି କରି ପାରିବେ ନାହିଁ। ତେବେ ତାଙ୍କର ଏଭଳି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର