ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ପୁଣି ଥରେ ମତ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ସେ କହିଛନ୍ତି ଯେ ଏ ସଂପର୍କରେ ସୁପ୍ରିମ କୋର୍ଟଙ୍କ ରାୟ ଆସିବାକୁଯାଉଛି । ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ମାମଲାର ଶୁଣାଣି ଗତ କାଲି ସୁପ୍ରିମ କୋର୍ଟରେ ଶେଷ ହୋଇଛି ।

Advertisment

ଗତ ଫେବ୍ରୁଆରୀରେ ମଧ୍ୟ ସେ ରାମମନ୍ଦିର ନିର୍ମାଣ ପାଇଁ ଦାବି କରିଥିଲେ । ସେ କହିଥିଲେ ଯେ ସମଗ୍ର ବିଶ୍ୱ ଜାଣିଛି ଯେ ଭଗବାନ ଶ୍ରୀରାମ ଅଯୋଧ୍ୟାରେ ଜନ୍ମ ହୋଇଥିଲେ । ଏଣୁ ଅଯୋଧ୍ୟାରେ ଯଦି ରାମ ମନ୍ଦିର ନିର୍ମାଣ ନ ହେବ ଆଉ କେଉଁଠାରେ ହେବ ? କଣ ତାହା ମକ୍କା, ମଦିନା ବା ଭାଟିକାନରେ ହେବ ? ସେହପରି ଗତ ବର୍ଷ ରାମଦେବ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ସରକାର ଆଇନ ଆଣନ୍ତୁ ।