ହର୍ଷ ବର୍ଦ୍ଧନଙ୍କ ଉପସ୍ଥିତିରେ ‘କରୋନିଲ୍‌’ର ‘ରିସର୍ଚ ପେପର୍‌’ ଉନ୍ମୋଚନ କଲେ ରାମଦେବ

ନୂଆଦିଲ୍ଲୀ: ପତଞ୍ଜଳିର ସଂସ୍ଥାପକ ଯୋଗ ଗୁରୁ ରାମଦେବ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଉପସ୍ଥିତିରେ ‘କରୋନିଲ୍‌’ ସଂକ୍ରାନ୍ତ ବିଜ୍ଞାନଭିତ୍ତିକ ଗବେଷଣା ପତ୍ର ଉନ୍ମୋଚନ କରିଛନ୍ତି। ତାଙ୍କ ସଂସ୍ଥା ଦ୍ୱାରା ନିର୍ମିତ ‘କରୋନିଲ୍‌’ ହେଉଛି କରୋନାଭାଇରସ୍‌ ବିପକ୍ଷରେ ପ୍ରଥମ ପ୍ରମାଣ ଆଧାରିତ ଔଷଧ ବୋଲି କୁହାଯାଉଛି।

Image Courtesy of India Today

ଗତବର୍ଷ ଜୁନ୍‌ ମାସରେ ପତଞ୍ଚଳି ଶୁଭାରମ୍ଭ କରିଥିବା ‘କରୋନିଲ୍‌’ ଏବଂ ‘ଶ୍ୱାସରି’ ଔଷଧ କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଆୟୁର୍ବେଦୀୟ ଉପଚାର ବୋଲି ପତଞ୍ଜଳି ଦାବି କରିଥିଲା। ସଂକ୍ରମିତ ଲୋକମାନଙ୍କ ଶରୀରରେ ଏହାର ପ୍ରୟୋଗ ସୁଫଳ ଦେଉଥିବା କଥା ହରିଦ୍ୱାରସ୍ଥିତ ପତଞ୍ଚଳି ଯୋଗପୀଠରେ ହୋଇଥିବା ନୈଦାନିକ ପରୀକ୍ଷାରୁ ଜଣାପଡ଼ିଛି ବୋଲି ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ।

ସ୍ୱାମୀ ରାମଦେବ ମଧ୍ୟ କହିଥିଲେ, ଆମ କୋଭିଡ୍‌-୧୯ ରୋଗପ୍ରତିରୋଧକ ସବୁ ତତ୍ତ୍ୱ ଆଧାରିତ। ଏଥିରେ ଗୁଡୁଚି, ତୁଳସୀ, ଅଶ୍ୱଗନ୍ଧା ଭଳି ଆୟୁର୍ବେଦୀୟ ଜଡ଼ିବୁଟି ଉପାଦାନ ରହିଥିବାରୁ କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ରୋଗୀ ଚିକିତ୍ସା କରିବାରେ ଫଳପ୍ରଦ ହେଉଛି।

ସମ୍ବନ୍ଧିତ ଖବର