ପୁଣି ରାମଦେବଙ୍କ ବିବାଦୀୟ ବୟାନ, ସେମାନଙ୍କ ବାପା ବି ଗିରଫ କରିପାରିବେନି

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ଗୋଟିଏ ପରେ ‌ଗୋଟିଏ ବିବାଦୀୟ ବୟାନ ଓ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏଲୋପାଥି ଚିକିତ୍ସା ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ରାମଦେବଙ୍କର ଆଉ ଏକ ବିବାଦୀୟ ଭିଡିଓ ଏବେ ‌ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାମଦେବ ଉକ୍ତ ଭିଡିଓରେ କହୁଛନ୍ତି, ମତେ ଗିରଫ କରିବାକୁ ଦାବି କରାଯାଉଛି, କିନ୍ତୁ ସେମାନଙ୍କ ବାପା ମଧ୍ୟ ଗିରଫ କରିପାରିବେ ନାହିଁ। ସାମାଜିକ ଗଣମାଧ୍ୟମରେ ସେମାନେ ତାଙ୍କୁ ଠକ ରାମଦେବ, ମହାଠକ ରାମଦେବ ଏବଂ ଗିରଫଦାର ରାମଦେବ ଭଳି ଲେଖା ଲେଖି ପାରନ୍ତି।

ସେମାନଙ୍କୁ ଏହା କରିବାକୁ ଦିଆଯାଉ। ଆମ ଲୋକ ଏପ୍ରକାର ଧାରା ବା ଟ୍ରେଣ୍ଡ୍ ସହିତ ଅଭ୍ୟସ୍ତ ଏବଂ ଆମର ଟ୍ରେଣ୍ଡ୍ ସବୁବେଳେ ଶୀର୍ଷରେ ପହଞ୍ଚିଥାଏ। ସାମାଜିକ ଗଣମାଧ୍ୟମରେ ରାମଦେବଙ୍କୁ ଗିରଫ କର ଟ୍ରେଣ୍ଡ୍ ଜାରି ରହିଥିବା ସଂପର୍କରେ ଜବାବ ଦେଇ ଏକ ଭିଡିଓରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ତେବେ ଏହି ଭିଡିଓର ସତ୍ୟାସତ୍ୟ ସତ୍ୟାସତ୍ୟ ଜଣାପଡ଼ିନାହିଁ। ଏଲୋପାଥି ଏକ ନିର୍ବୋଧ ବିଜ୍ଞାନ ଏବଂ କୋଭିଡ-୧୯ ଚିକିତ୍ସା ପାଇଁ ଏଲୋପାଥି ଔଷଧ ଖାଇ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ରାମଦେବ ପୂର୍ବରୁ ଦେଇଥିବା ଏକ ମନ୍ତବ୍ୟ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର