ରାମଦେବଙ୍କ ପତଞ୍ଜଳି ସଂସ୍ଥାକୁ କରୋନା ଔଷଧର ସବିଶେଷ ତଥ୍ୟ ମାଗିବା ସହ ଏହାର ବିଜ୍ଞାପନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ସଂସ୍ଥା କରୋନାରୁ ଆରୋଗ୍ୟ ଲାଭ ପାଇଁ ଏକ ଔଷଧର ଉଦ୍ଭାବନ କରିଥିବା ଦାବି କରିବା ପରେ କେନ୍ଦ୍ର ସରକାର ଆଜି ସନ୍ଧ୍ୟାରେ ସଂପୃକ୍ତ ଔଷଧର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପତଞ୍ଜଳି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସଂସ୍ଥା ପକ୍ଷରୁ ୭ ଦିନ ମଧ୍ୟରେ କରୋନାଭାଇରସକୁ ଭଲ କରି ପାରୁଥିବା ଏକ ଆୟୁର୍ବେଦୀୟ ଔଷଧର ଉଦ୍ଭାବନ କରିଛି ବୋଲି ଦାବି କରିବା ସହ ସଂପୃକ୍ତ ଔଷଧର ବିକ୍ରୟ ପାଇଁ ବିଜ୍ଞାପନ ଆରମ୍ଭ କରିଥିଲା।

ତେବେ, କେନ୍ଦ୍ର ସରକାର ସଂପୃକ୍ତ ଔଷଧର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ସରକାର ପତଞ୍ଜଳି ସଂସ୍ଥାକୁ କହିଛନ୍ତି ଏବଂ ସରକାରଙ୍କ ପକ୍ଷରୁ ଏ ସଂପର୍କରେ ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ଏହାର ବିଜ୍ଞାପନ ବନ୍ଦ କରିବା କିମ୍ବା ଏଭଳି ଦାବିକୁ ବନ୍ଦ କରିବାକୁ ପତଞ୍ଜଳି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ପତଞ୍ଜଳି ସଂସ୍ଥାର ପ୍ରତିଷ୍ଠାତା ରାମଦେବ କହିଥିଲେ ଯେ ସମଗ୍ର ଦେଶରେ ୨୮୦ ଜଣ ରୋଗୀଙ୍କ ଉପରେ ଗବେଷଣା ଏବଂ ପରୀକ୍ଷଣ ଆଧାରରେ ଏହି ଔଷଧର ଉଦ୍ଭାବନ ସହ ପତଞ୍ଜଳି ସଂସ୍ଥା ଏହାକୁ ବିକଶିତ କରିଛି।

News Nation

କରୋନା କିଟ୍‌ ନାମିତ ଏହି ଔଷଧର ମୂଲ୍ୟ ୫୪୫ ଟଙ୍କା ରହିଛି, ଯାହାର ବିକ୍ରୟ ଆଗାମୀ ଏକ ସପ୍ତାହ ମଧ୍ୟରେ ସମଗ୍ର ଦେଶରେ ଆରମ୍ଭ ହେବ। ଏବଂ ଏଥିପାଇଁ ବିଜ୍ଞାପନ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା ପତଞ୍ଜଳି ସଂସ୍ଥା। ତେବେ, ଆଜି ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଏସଂପର୍କରେ ଯାଞ୍ଚ ଓ ଏହି ଔଷଧର ସବିଶେଷ ପରୀକ୍ଷଣ ନ ସରିବା ପର୍ଯ୍ୟନ୍ତ ଏହାର ବିଜ୍ଞାପନ ବନ୍ଦ କରିବା କିମ୍ବା ଏଭଳି ଦାବିକୁ ବନ୍ଦ କରିବାକୁ ପତଞ୍ଜଳି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ସମ୍ବନ୍ଧିତ ଖବର