ଦୁଷ୍କର୍ମ ଅଭିଯୋଗ କରିଦେବି କହି ବିବାହ କଲେ, ଏବେ ମାଡ଼ ମାରୁଛନ୍ତି ପତ୍ନୀ; ଭିଡିଓ କରି ଏଭଳି କହିଲେ ପୁଲିସ ବାବୁ

ନୂଆଦିଲ୍ଲୀ: ଚର୍ଚ୍ଚାରେ ପତ୍ନୀ ପୀଡ଼ିତ ପୁଲିସ ବାବୁଙ୍କ ସହ ଘଟିଥିବା ଘଟଣା। ଦୁଷ୍କର୍ମ ଅଭିଯୋଗ କରିଦେବି କହି ବିବାହ କରିବା ପରେ ଏବେ ପତ୍ନୀ ସବୁଦିନ ମାଡ଼ ମାରୁଥିବାର ଅଭିଯୋଗ କରିଛନ୍ତି ଝାଡଖଣ୍ଡର ରାମଗଡରେ ମୁତୟନ ଥିବା ଡେପୁଟି ଏସପି କିଶୋର ରଜକ। ଏକ ଭିଡିଓ ସେୟାର କରି ତାଙ୍କ ସହ ବିବାହ ପରେ ଘଟି ଆସୁଥିବା ସବୁ ଘଟଣା ବିଷୟରେ କହିଛନ୍ତି କିଶୋର। ଭିଡିଓରେ ଡେପୁଟି ଏସପି କିଶୋର ପତ୍ନୀଙ୍କ ଉପରେ ଶାରୀରିକ, ପାରିବାରିକ ଏବଂ ଭୟଙ୍କର ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ପତ୍ନୀ ମୋତେ ମାଡ଼ ମାରିବା ପରେ ପୁଲିସରେ ମୁଁ ତାଙ୍କ ମାଡ଼ ମାରୁଥିବାର ଅଭିଯୋଗ କରୁଛନ୍ତି।

'पत्नी ने रेप की धमकी देकर शादी की', DSP का वीडियो हो रहा वायरल; बीवी पर पिटाई का लगा रहे आरोप
livehindustan

ସୂଚନା ମୁତାବକ, ସେପ୍ଟେମ୍ବର ୩ରେ ଡେପୁଟି ଏସପି କିଶୋର ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ କିଶୋର ରଜକ ନିଜ ଶରୀରରେ ଥବା ଆଘାତର ଚିହ୍ନ ଦେଖାଇବା ସହ ତାଙ୍କ ପତ୍ନୀ ବର୍ଷା ଶ୍ରୀବାସ୍ତବ ତାଙ୍କୁ ଆଘାତ କରି ଘରୁ ପଳାଇ ଯାଇଥିବା କହିଥିଲେ। ଏହା ସହ ସେ କହିଥିଲେ ଯେ, ମୋ ପତ୍ନୀ ମୋତେ ଅଗଣିତ ଥର ଆକ୍ରମଣ କରିଛନ୍ତି। ପତ୍ନୀଙ୍କ କ୍ରୁର, ନିଷ୍ଠୁର, ହିଂସାତ୍ମକ ଆଚରଣ ପାଇଁ ଆମ ପୁଅ ତାଙ୍କୁ ଘୃଣା କରେ। ମୋ ପତ୍ନୀଙ୍କୁ ଦେଖିଲେ ସେ ଜୋରରେ କାନ୍ଦିବାକୁ ଲାଗେ। ମୋ ଅନୁପସ୍ଥିତିରେ ତାକୁ ଡରି ଡରି ଘ‌ରେ ରହିବାକୁ ପଡ଼େ। ଏହି ଭିଡିଓରେ କିଶୋର ନିଜ ଡାହାଣ ହାତ ଦେଖାଇ ହାତକୁ ତାଙ୍କ ପତ୍ନୀ ନଖରେ ରାମ୍ପୁଡି ଦେଇଥିବା କହୁଛନ୍ତି।

ସମ୍ବନ୍ଧିତ ଖବର