ଝିଆରୀ ପାଇଁ ବଳି ପଡିଲେ ବିଜେପି ନେତା !

ନୂଆଦିଲ୍ଲୀ: ନିଜ ଝିଆରୀ ପାଇଁ ପଦ ହରାଇଲେ ବିଜେପିର ସଂଗଠନ ସମ୍ପାଦକ ବୋଲି ଚର୍ଚ୍ଚା ଜୋର ଧରିଛି | ବିଜେପିର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଥିବା ରାମଲାଲଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି | ରାମଲାଲଙ୍କୁ ଏହି ପଦରୁ ହଟାଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ ଭାବେ ଦାୟିତ୍ୱ ଦିଆଯାଇଛି |

ସାଧାରଣତଃ ନଭେମ୍ବରରେ ହେବାକୁ ଥିବା ପ୍ରତିନିଧି ସଭା ବୈଠକ ପୂର୍ବରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି | ଚର୍ଚ୍ଚା ହେଉଛି ରାମଲାଲଙ୍କ କାର୍ଯ୍ୟଶୈଳୀ ଉପରେ ସଂଘ ନାରାଜ ଥିଲା | ଯାହାକୁ ନେଇ ତାଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା | ଏଠାରେ ସୂଚନା ଥାଉ କି ରାମଲାଲଙ୍କ ଝିଆରୀ ଅନ୍ୟ ଧର୍ମର ଯୁବକଙ୍କୁ ବିବାହ କରିଥିଲେ | ଯାହା ପରେ ରାମଲାଲଙ୍କ ଭୂମିକାକୁ ନେଇ ଆରଏସଏସରେ ଅସନ୍ତୋଷ ଦେଖା ଦେଇଥିଲା |

ରାମଲାଲଙ୍କ ଝିଆରୀ ଶ୍ରେୟା ଗୁପ୍ତାଙ୍କ ବିବାହ ଫୈଜନ କରିମ ନାମକ ମୁସଲମାନ ଯୁବକଙ୍କ ସହ ହୋଇଥିଲା | ଏଥିରେ ଯୋଗୀ ସରକାରଙ୍କ ବହୁ ମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶର ରାଜ୍ୟପାଳ ରାମ ନାଇକ ମଧ୍ୟ ଯୋଗ ଦେଇଥିଲେ | ଯାହାକୁ ନେଇ ସୋସିଆଲ ମିଡିଆରେ ରାମଲାଲଙ୍କୁ ନେଇ ସମାଲୋଚନା କରାଯାଇଥିଲା |

ସମ୍ବନ୍ଧିତ ଖବର