ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦକ ରାମ ମାଧବ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କଡ଼ା ଜବାବ୍ ଦେଇଛନ୍ତି। ରାମ ମାଧବ କହିଛନ୍ତି କି ଭାରତର ସାଧାରଣ ନିର୍ବାଚନରୁ ଦୂରେଇ ରହିବା ଉଚିତ୍ ଇମ୍ରାନ ଖାନ୍। ସେ କହିଛନ୍ତି, ଭାରତର କିଏ ପ୍ରଧାନମନ୍ତ୍ରୀ ହେବେ,ତାହା ଭାରତର ଜନସାଧାରଣ ସ୍ଥିର କରିବେ। ଏହାର ଫଇସଲା ନେବାକୁ ଆମେ ସକ୍ଷମ। ସୀମାବର୍ତ୍ତୀ ଲୋକଙ୍କ ପରାମର୍ଶ ଆମର ଦରକାର ନାହିଁ। ଯେତେବେଳେ ଆମେ ପୁଣି କ୍ଷମତାକୁ ଫେରିବୁ,ସେତେବେଳେ ପଡୋଶୀମାନଙ୍କ ସହ କିଭଳି ବ୍ୟବହାର କରିବାକୁ ପଡ଼ିବ,ତାହା ଆମକୁ ଭଲଭାବେ ଜଣା।’
photo-navbharattimesଏହା ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହି ବ୍ୟାପାରରେ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। ପୁଣି ଥରେ ବିଜେପି ସରକାର ଆସୁ, ଏହାଦ୍ୱାରା ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ସମ୍ଭବ ବୋଲି ଇମ୍ରାନ୍ ଖାନ୍ କହିବା କଂଗ୍ରେସର ଚାଲ୍ ବୋଲି ସୀତାରମଣ କହିଥିଲେ। ବିଜେପି ସାଧାରଣ ସଂପାଦକ ରାଧାମାଧବ ନିର୍ମଳା ସୀତାରମଣଙ୍କ କଥାକୁ ବି ସମର୍ଥନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/ram-madhav2-oneindia.jpg)