ରାମନବମୀ: ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହଙ୍କର ଲଲାଟ ପଟଳ

ଅଯୋଧ୍ୟା: ପବିତ୍ର ରାମନବମୀ ଅବସରରେ ଅଯୋଧ୍ୟା ଚଳଚଞ୍ଚଳ ହୋଇ ଉଠିଛି । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ରାମ ନବମୀ ପାଳନ କରାଯାଉଛି।
୫ଶହ ବର୍ଷର ପ୍ରତୀକ୍ଷା ପରେ ରାମଲାଲାଙ୍କ ଜନ୍ମୋତ୍ସବ ପାଳିତ ହେବାକୁ ଯାଉଛି । ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି । ଗର୍ଭଗୃହରେ ଦିବ୍ୟ ରୂପରେ ବାଲକ୍ ରାମ ଝଲସିବେ ।

ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ । ୧୧ଟା ୫୮ରୁ ୧୨ ଟା ୩ ପର୍ଯ୍ୟନ୍ତ ୫ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହଙ୍କର ଲଲାଟ ପଟଳରେ ଶୋଭିତ ହୀରା ଓ ମାଣିକ୍ୟ । ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ସୂର୍ଯ୍ୟଦେବ ଓହ୍ଲାଇ ଆସିବେ । ରାମ ନବମୀରେ ବାଲକ୍ ରାମଙ୍କ  ତିଳକ ସୂର୍ଯ୍ୟଦେବ କରିବେ ।

ସୂର୍ଯ୍ୟ କିରଣରେ ରାମଲାଲାଙ୍କ ଲଲାଟ ଦିପ୍ତୀମୟ ହେବ । ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇବ ।
ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି ।

ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ମାଧ୍ୟମରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ପର୍ଯ୍ୟନ୍ତ ରାମଲାଲାଙ୍କ ପାଖକୁ ଆସିବ । ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ ପ୍ରତିଫଳିତ ହେବ ।

ସମ୍ବନ୍ଧିତ ଖବର