ଲକ୍ଷ୍ନୌ: ୟୁପିରେ ହୋଇଥିବା ଉପ-ନିର୍ବାଚନରେ ​​ସମାଜବାଦୀ ପାର୍ଟି(ସପା) ଶୋଚନୀୟ ଭାବେ ପରାସ୍ତ ହୋଇଛି। ଆଜମଗଡ଼ ଓ ରାମପୁର ଲୋକସଭା ଆସନା ପାଇଁ ଉପ-ନିର୍ବାଚନ ହୋଇଥିବା ବେଳେ ଦୁଇଟି ଆସନରେ ବାଜି ମାରିଛି ବିଜେପି। ରାମପୁରରେ ଦଳର ପରାଜୟକୁ ନେଇ ଏବେ ସପା ନେତା ଆଜାମ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ସେ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ରାମପୁର ପୁଲିସ ଲୋକଙ୍କୁ ଭୋଟ୍ ଦେବାକୁ ଅନୁମତି ଦେଇ ନଥିଲା। ଯେଉଁମାନେ ଭୋଟ୍ ଦେବାକୁ ଆସିଥିଲେ ସେମାନଙ୍କୁ ପୁଲିସ ମାଡ଼ ମାରିଥିଲା। ଯଦି ମୁଁ ଜାଣିଥାନ୍ତି ଯେ ଭୋଟ୍ ଦେବା ସମୟରେ ଏତେ ଅନ୍ୟାୟ ହେବ, ଆମେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନଥାନ୍ତୁ। ମୁସଲମାନ ବସ୍ତିରେ,୯୦୦ ଭୋଟର ଥିବା ମତଦାନ କେନ୍ଦ୍ରରେ କେବଳ ୬ଜଣ ଭୋଟ ଦେଇଥିବା ବେଳେ ୫୦୦ ଭୋଟର ଥିବା ମତଦାନ କେନ୍ଦ୍ରରେ କେବଳ ଗୋଟିଏ ଭୋଟ ଗ୍ରହଣ କରାଯାଇଥିଲା। ଯେଉଁଭଳି ଭାବେ ମତଦାନ ହୋଇଛି, ଆମେ ଏହାକୁ ଆମର ପ୍ରାର୍ଥୀଙ୍କ ବିଜୟ ବୋଲି ବିବେଚନା କରୁଛୁ।
ଜଣେ ବିଧାୟକ ହେବା ପରେ ଆଜାମ ଖାନ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ, ଯାହା ପରେ ଏଠାରେ ଲୋକସଭା ଉପ-ନିର୍ବାଚନ ହୋଇଥିଲା। ଆଜାମ ଖାନ ତାଙ୍କ ସମର୍ଥକ ଅସୀମ ରଜାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲେ। ଆଜମ ନିଜେ ଅସୀମଙ୍କ ନାମ ଘୋଷଣା କରିଥିଲେ। ହେଲେ ତାଙ୍କୁ ଏଭଳି ଭାବେ ପରାସ୍ତ ହେବାକୁ ପଡ଼ିବ ବୋଲି ସେ ଜାଣିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-194.jpg)