ଚଣ୍ଡୀଗଡ଼: ଆତ୍ମଘୋଷିତ ବାବା ଗୁରମିତ୍ ରାମରହିମଙ୍କୁ ଗିରଫ ହୋଇ ଜେଲରେ ରହିବା ପରଠୁଁ ପ୍ରତିଦିନ ନୂଆ ନୂଆ କଥା ଶୁଣି ସାମ୍ନାକୁ ଆସିଛି। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ୍ ଓ ହନିପ୍ରୀତ୍ ଇନସାନ୍ଙ୍କ ମଧ୍ୟରେ ଥିବା ଅବୈଧ ସଂପର୍କକୁ ନେଇ ନାନା ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ସିବିଆଇର ସାକ୍ଷୀ ହୋଇଥିବା ରାମରହିମଙ୍କ ଡ୍ରାଇଭର୍ ଖଟ୍ଟାର ସିଂହ ଓ ତାର ପୁଅ ଗୁରୁଦାସ ସିଂହ କହିଛନ୍ତି ଯେ ପ୍ରଥମଥର ଯେଉଁଦିନ ହନିପ୍ରୀତ୍ ରାମରହିମର ଗୁମ୍ଫା ଭିତରେ ପ୍ରବେଶ କରିଥିଲେ, ସେଦିନ ବାହାରିବା ସମୟରେ ସେ କାନ୍ଦି କାନ୍ଦି ଫେରିଥିଲେ । ସେହିଦିନ ଡ୍ରାଇଭର ଖଟ୍ଟାର ସିଂହ ନିଜେ ଗୁମ୍ଫାର ଜଗୁଆଳୀ ଥିଲେ ଓ ସେ ନିଜ ଆଖିରେ ଏହା ଦେଖିଥିବା କହିଛନ୍ତି । ସେ ଏହା ସିବିଆଇକୁ କହିଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁମାନ କରାଯାଇପାରେ ଯେ ଗୁରୁମିତ ରାମ ରହିମ ଦ୍ୱାରା ହନିପ୍ରୀତ୍ ଦୁଷ୍କର୍ମର ଶିକାର ହୋଇଥିଲେ, ଏହାପରେ ହନିପ୍ରୀତ୍ ଡେରାରେ କ୍ୟାସିଅର୍ ଭାବେ କାମ କରୁଥିବା ନିଜର ଜେଜେଙ୍କୁ ଭେଟି ସବୁକଥା କହିଥିଲେ । ସେ ଡେରା ସଚ୍ଚାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଚାହୁଁଥିଲେ,ମାତ୍ର ରାମରହିମଙ୍କ ଗୁଣ୍ଡାଙ୍କମାନଙ୍କ ଭୟରେ ନୀରବ ରହିଥିଲେ ହନିପ୍ରୀତ୍ ।
ଏହି ଦୁଷ୍କର୍ମ ଘଟଣା ପରେ ହନିପ୍ରୀତ୍ ନିୟମିତ ଭାବେ ଡେରା ସଚ୍ଚା ସୌଦା ଗୁରୁମିତ୍ ରାମରହିମ୍ଙ୍କୁ ବ୍ଲାକ୍ ମେଲ୍ କରି ନମ୍ବର ଟୁ ପୋଜିସନ୍କୁ ଆସିଥିଲେ ବୋଲି ମଧ୍ୟ କୁହାଯାଉଛି । ସେ ମନେମନେ ଏହି ଘଟଣାର ପ୍ରତିଶୋଧ ନେବାଲାଗି ଯୋଜନା କରୁଥିଲେ ବୋଲି ମଧ୍ୟ କୁହାଯାଉଛି।
ଜଣେ ପୂର୍ବତନ ଡେରା ସମର୍ଥକ ଗୁରୁଦାସ ସିଂହ ଟୁର୍ କହିଛନ୍ତି ଯେ ହନିପ୍ରୀତ୍ଙ୍କର ଆଉ ଏକ ଅଭିଳାଷ ମଧ୍ୟ ଥିଲା । ସେ ଚାହୁଁଥିଲେ ରାମ ରହିମଙ୍କ ଠାରୁ ତାଙ୍କର ଏକ ପୁତ୍ର ସନ୍ତାନ ହେଉ, ଯିଏ କି ଭବିଷ୍ୟତରେ ଡେରାର ମୁଖ୍ୟ ହେବେ । ତେବେ ରାମରହିମ ଓ ହନିପ୍ରୀତ୍ଙ୍କ ଏହି ପୁଅ ଆନୁଷ୍ଠାନିକ ଭାବେ ହନିପ୍ରୀତ୍ଙ୍କ ସ୍ୱାମୀ ବିଶ୍ୱାସ ଗୁପ୍ତାଙ୍କର ପୁଅ ବୋଲି ପରିଚତ ହେବେ । ଏଥିପାଇଁ ବାବା ରାମ ରହିମ ମଧ୍ୟ ରାଜି ହୋଇଥିଲେ। ହେଲେ କୌଣସି ସୂତ୍ରରୁ ଏହି ଖବର ପ୍ରଘଟ ହେବା ପରେ ହନିପ୍ରୀତ୍ଙ୍କ ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ପରିଣାମସ୍ୱରୂପ ଉଭୟଙ୍କର ଏହି ଯୋଜନା ପଣ୍ଡ ହୋଇଥିଲା ।ତେବେ ହନିପ୍ରୀତ ସର୍ବଦା ରାମରହିମଙ୍କୁ ବଶ କରି ରଖିଥିଲେ ବୋଲି ଗୁରୁଦାସ ସିଂହ ଟୁର୍ କହିଛନ୍ତି ।
ସିବିଆଇର ସାକ୍ଷୀ ହୋଇଥିବା ଗୁରୁଦାସ ସିଂହଟୁର୍ ଆହୁରି ମଧ୍ୟ କହିଛନ୍ତି ଯେ ସେ ଗୁରମିତ୍ ରାମରହିମ୍ ଓ ହନିପ୍ରୀତ୍ ଶାରୀରିକ ସଂପର୍କ କରୁଥିବାର ମଧ୍ୟ ଦେଖିଛନ୍ତି । ଏହି ସମୟରେ ତାଙ୍କର ରାମରହିମ୍ଙ୍କ ବ୍ୟକ୍ତିଗତ ପ୍ରକୋଷ୍ଠରେ ଜଗୁଆଳି ଦାୟିତ୍ୱ ଦିଆଯାଇଥିଲା । ୨୦୦୭ରେ ରାମରହିମ୍ ତାଙ୍କ ପୁଅ ଜଶମିତ୍ ସିଂହଙ୍କ ଡେରା ସଚ୍ଚାସୌଦାର ପରବର୍ତ୍ତୀ ମୁଖ୍ୟ ଭାବେ ଘୋଷଣା କରିଥିଲେ । ହନିପ୍ରୀତ୍ଙ୍କୁ କେବେ ବି ରାମରହିମ୍ ନିଜର କନ୍ୟା ଦୃଷ୍ଟିରେ ଦେଖୁ ନଥିଲେ ବୋଲି କହିଛନ୍ତି ଗୁରୁଦାସ ସିଂହଟୁର୍ ।