ବାପାଙ୍କ ମୃତ୍ୟୁ ପରେ ଜୀବନ ହାରିବାକୁ ଚାହୁଁଥିଲି, ରାହୁଲ କରିଥିଲେ ଆବେଗିକ ସମର୍ଥନ: ରାମ୍ୟା

ନୂଆଦିଲ୍ଲୀ: କନ୍ନଡ ଅଭିନେତ୍ରୀ ତଥା ପୂର୍ବତନ ରାଜନେତ୍ରୀ ରାମ୍ୟା ଏକ ସୋ’ରେ ନିଜ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଏହି ଅଭିନେତ୍ରୀ ୱିକେଣ୍ଡ୍ ୱିଥ୍ ରମେଶ ସିଜିନ୍-୫ରେ ପ୍ରଥମ ଅତିଥି ହୋଇଥିଲେ। ପିତା ଆରଟି ନାରାୟଣଙ୍କ ଦେହାନ୍ତ ପରେ ତାଙ୍କ ଜୀବନର ସବୁଠୁ କଠିନ ସମୟ ଦେଇ ଗତି କରିଥିଲେ ବୋଲି ଏହି ସୋ’ରେ କହିଛନ୍ତି।

ଅଭିନେତ୍ରୀ କହିଛନ୍ତି ଯେ, ବାପାଙ୍କ ମୃତ୍ୟୁ ପରେ ପରିସ୍ଥିିତି ଏଭଳି ହୋଇଥିଲା ଯେ ମୁଁ ଜୀବନ ହାରିବାକୁ ଚାହୁଁଥିଲି। ବାପାଙ୍କୁ ହରାଇବାର ଦୁଇ ସପ୍ତାହ ପରେ ମୁଁ ସଂସଦକୁ ଯାଇଥିଲି। ସେଠାରେ ମୁଁ କାହାକୁ ଜାଣି ନଥିଲି ଏବଂ ସଂସଦରେ କେଉଁ ସବୁ କାମ କିଭଳି ହୁଏ, ସେବିଷୟରେ ମୋତେ ଜଣାନଥିଲା। କିନ୍ତୁ ମୁଁ ସବୁକିଛି ଶିଖିଲି। ମୁଁ ଦୁଃଖକୁ ମୋ କାମ ବାଟରେ କଣ୍ଟା ସାଜିବାକୁ ଦେଲି ନାହିଁ। ଜୀବନରେ ମୋ ମା’ଙ୍କ ପ୍ରଭାବ ମୋ ଉପରେ ଅଧିକ ରହିଥିବା ବେଳେ ତାଙ୍କ ପରେ ମୋ ବାପାଙ୍କର ଓ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ରହିଛି। ଯେତେବେଳେ ମୁଁ ମୋ ବାପାଙ୍କୁ ହରାଇଥିଲି, ସେତେବେଳେ ମୁଁ ଭିତରୁ ଭାଙ୍ଗି ଯାଇଥିଲି। ଆତ୍ମହତ୍ୟା କରିବାର ଚିନ୍ତା ମଧ୍ୟ ମୋ ମନରେ ଆସିବାକୁ ଲାଗିଥିଲା। ଏହା ପରେ ପରେ ମୁଁ ନିର୍ବାଚନରେ ​​ହାରିଥିଲି। ଏହା ଏକ ଦୁଃଖର ସମୟ ଥିଲା। ସେହି ସମୟରେ ରାହୁଲ ଗାନ୍ଧୀ ମୋତେ ସାହାଯ୍ୟ କରିଥିଲେ ଏବଂ ଆବେଗିକ ସମର୍ଥନ କରିଥିଲେ। ତାଙ୍କ ପାଇଁ ମୁଁ ଦୃଢ଼ ହୋଇପାରିଥିଲି।

ସମ୍ବନ୍ଧିତ ଖବର