ପୁଅ ରଣବୀର ଏବେ ଶକ୍ତିର ଉତ୍ସ: ସୋନାଲି

ମୁମ୍ବାଇ: ମେଟାଷ୍ଟେଟିକ୍‌ କ୍ୟାନ୍‌ସରରେ ପୀଡ଼ିତା ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ପାଇଁ ଏବେ ତାଙ୍କ ୧୩ ବର୍ଷୀୟ ପୁଅ ରଣବୀର ସାଜିଛି ଶକ୍ତିର ଉତ୍ସ। ବୟସରେ ଏତେ ସାନ ହୋଇଥିଲେ ହେଁ ଏଭଳି ଖରାପ ସମୟରେ ଭାଙ୍ଗି ନ ପଡ଼ି ସେ ନିଜକୁ ସମ୍ଭାଳିବା ସହିତ ନିଜ ମାଆଙ୍କର ଯତ୍ନ ନେଉଛନ୍ତି। ଏ କଥା ନିଜେ ସୋନାଲି ଏକ ସଦ୍ୟ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେୟାର କରିଛନ୍ତି। ସେ କହିଛନ୍ତି, ମୁଁ କ୍ୟାନ୍‌ସରରେ ପୀଡ଼ିତ ହେବା ଖବର ସମ୍ପର୍କରେ ଯେମିତି ପୁଅ ରଣବୀର ନ ଜାଣୁ ସେଥିପାଇଁ ଆମେ ସଜାଗ ରହିଥିଲୁ। କିନ୍ତୁ ପରେ ତାକୁ ଜଣାଇବାକୁ ଉଚିତ ମଣିଥିଲୁ। ଖବର ପାଇବା ପରେ ସେ ଆଦୌ ବିଚଳିତ ନ ହୋଇ ମୋ ପାଇଁ ଶକ୍ତିର ଉତ୍ସ ସାଜିଥିଲା। ଏହା ମୋ ପାଇଁ ବେଶ୍‌ ସକାରାତ୍ମକ ସାବ୍ୟସ୍ତ ହୋଇଛି। ଆଗକୁ ଏହି ଶକ୍ତି ଦ୍ୱାରା କ୍ୟାନ୍‌ସର ସହ ଲଢ଼ିବି। ଏମିତି କି ରଣବୀର ବେଳେବେଳେ ବଡ଼ଲୋକଙ୍କ ଭଳି ପରାମର୍ଶ ବି ଦେଉଛି। ତେଣୁ ପ୍ରତ୍ୟେକ ପିତାମାତା ନିଜ ସନ୍ତାନଙ୍କୁ ସବୁଥିରେ ସାମିଲ କରିବା ସହ ସେମାନଙ୍କ ସହିତ ଅଧିକ ସମୟ ବିତାଇବା ଉଚିତ ବୋଲି ଭାବୁଛି। ସୋନାଲିଙ୍କର ଏହି ଆବେଗାତ୍ମକ ପୋଷ୍ଟ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର