ଇସ୍ଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସ୍ବତନ୍ତ୍ର ଉପଦେଷ୍ଟା ରାଣା ସନାଉଲ୍ଲାହ କହିଛନ୍ତି ଯେ ଯେତେବେଳେ ଭାରତ ନୂରଖାନ ଏୟାରବେସ ଉପରେ ବ୍ରହ୍ମସ୍ ମିସାଇଲ ମାଡ଼ କରିଥିଲା, ସେତେବେଳେ ପାକିସ୍ତାନର ଶୀର୍ଷ ନେତୃବୃନ୍ଦ ଛାନିଆଁ ହୋଇଯାଇଥିଲେ । ସେମାନଙ୍କ ପାଖରେ ନିଷ୍ପତ୍ତି ନେବା ପାଇଁ ମାତ୍ର ୩୦-୪୦ ସେକେଣ୍ଡ ସମୟ ଥିଲା ଯେ ଏହା କୌଣସି ପରମାଣୁ ଆକ୍ରମଣ ନୁହେଁ ତ ।

Advertisment

ତେବେ ସେ କହିଛନ୍ତି ଯେ ଏହି ୩୦-୪୦ ସେକେଣ୍ଡ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଯଦି ଭୁଲ ବଶତଃ ପାକିସ୍ତାନ ନେତୃବୃନ୍ଦ ଏହାକୁ ପରମାଣୁ ଆକ୍ରମଣ ବୋଲି ମନେ କରିଥାନ୍ତେ, କଥା ସରିଯାଇଥିଲା । ସମଗ୍ର ବିଶ୍ବରେ ପରମାଣୁ ଯୁଦ୍ଧ ଲାଗିଯାଇଥାନ୍ତା । ଆଶ୍ବସ୍ତିର କଥା ହେଉଛି ତାହା ପରମାଣୁ ଆକ୍ରମଣ ନଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୁଦ୍ଧବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅବଦାନ ଉଲ୍ଲେଖନୀୟ ଥିଲା ଓ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦିଆଯିବା କଥା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ସବୁବେଳେ କହିଆସୁଛନ୍ତି ଯେ ସେ ହିଁ ଭାରତ ଓ ପାକ ମଧ୍ୟରେ ଯୁଦ୍ଧବିରତି କରିଥିଲେ । ମାତ୍ର ଭାରତ ଏହାକୁ ଖଣ୍ଡନ କରିଆସିଛି ।