ମୁମ୍ବାଇ : ମଞ୍ଚ ଉପରେ ପୁରସ୍କାର ଗ୍ରହଣ କରୁଥିବାବେଳେ ଅତ୍ୟନ୍ତ ଖୁସି ହେଉଥିବାବେଳେ ଜୀବନର ସଂଘର୍ଷମୟ ସମୟର କଥା ମନେ ପକାଇ କାନ୍ଦି ପକାଇଥିଲେ ବଲିଉଡ ଅଭିନେତା ରଣବୀର ସିଂ। ପୁରସ୍କାର ଗ୍ରହଣ କରିବା ଏକ ଚମତ୍କାର ଘଟଣା ବୋଲି କହିଥିଲେ। ଶନିବାର ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ୍ ଇଷ୍ଟ ଆଚିଭର୍ସ ନାଇଟ୍ ୨୦୨୨ରେ ରଣବୀରଙ୍କୁ ‘ସୁପରଷ୍ଟାର ଅଫ୍ ଦ ଡିକେଡ’ (ଦଶକର ସୁପରଷ୍ଟାର) ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜାହ୍ନବୀ କପୁର, ଗୋବିନ୍ଦା, ସନ୍ନି ଲିଓନିଙ୍କ ସମେତ ବଲିଉଡର ବହୁ ସେଲିବ୍ରିଟି ଉପସ୍ଥିତ ଥିଲେ।
ରଣବୀରଙ୍କ ପିତା ଜଗଜିତ ସିଂ ଏବଂ ମାତା ଅଞ୍ଜୁ ଭବନାନୀ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକ ଗ୍ୟାଲେରୀରେ ବସି ରହିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦଶନ୍ଧିର ସୁପରଷ୍ଟାର ପାଇଁ ରଣବୀର ଏହି ପୁରସ୍କାର ଗ୍ରହଣ କରୁଥିବାବେଳେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରବେଶ ବିଷୟରେ ବର୍ଣ୍ଣନା କରି କାନ୍ଦୁଥିଲେ। ରଣବୀର କହିଛନ୍ତି, ‘ଆପଣଙ୍କ ମନେ ଅଛି ପାପା! ୧୨ ବର୍ଷ ପୂର୍ବେ ପୋର୍ଟଫୋଲିଓ ତିଆରି କରିବାକୁ ମୁଁ ଚେଷ୍ଟା କରୁଥିଲି ଏବଂ ଅନ୍ୟମାନଙ୍କୁ କାମ ମାଗୁଥିଲି। କୋଟେସନ୍ ଆସିଲା ୫୦,୦୦୦। ୫୦ ହଜାର ଅଧିକ ହୋଇଯାଉଛି ବୋଲି କହିବାରୁ ଆପଣ କହିଥିଲେ, ‘ଫିକର ମତ୍ କର ବେଟା ତେରା ପାପା ବୈଠା ହୈ ୟାହାଁ ପେ’।
ଏହାପରେ ସେ ଆଖିଏ ଲୁହ ଭରି ବସିଥିବା ମାଆଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘ଆପକୋ ୟାଦ ହୈ ମମି! ଯେତେବେଳେ ଆମେ ଛୋଟ ଘରେ ରହୁଥିଲୁ, ମୁଁ ଏକ ଖରାପ ଅଡିସନ ଦେଇ କାନ୍ଦିକାନ୍ଦି ଆପଣଙ୍କ ନିକଟକୁ ଫେରିଆସି ପଚାରିଥିଲି ଯେ ଅଭିନେତା ହେବାର ସ୍ବପ୍ନ ମୋର ସ୍ବପ୍ନରେ ରହିଯିବ?ରଣବୀର ତାଙ୍କ ପୁରସ୍କାରକୁ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ଉତ୍ସର୍ଗ କରି କହିଥିଲେ, ଯେତେବେଳେ ମୋତେ କେହି ପଚାରୁ ନଥିଲେ ସେତେବେଳେ ସେ ମୋତେ ଏକ ସୁଯୋଗ ଦେଇଥିଲେ ଏବଂ କହିଥିଲେ ଯେ ମୁଁ ମୋର ପରବର୍ତ୍ତୀ ଶାହରୁଖ ଖାନଙ୍କୁ ପାଇଲି।
ଭିଡିଓଟି ଭାଇରାଲ ହେବା ପରେ ୟୁଜର୍ସମାନେ ମଧ୍ୟ ଇମୋସନ୍ ହୋଇ ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/c6fc40b0-8b11-45f4-97dd-4c1a7024e2eb.jpg)