‘ମୋଦୀ ଜଣେ ଚୋର’ ଟିପ୍ପଣୀ ଲାଗି ରାହୁଲ ଗାନ୍ଧୀଙ୍କୁ ସମନ ପଠାଇଲେ ନ୍ୟାୟାଳୟ

ରାଞ୍ଚି: ‘ମୋଦୀ ଜଣେ ଚୋର’ ବୋଲି କହି ପୁଣି ଅଡ଼ୁଆରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ତାଙ୍କୁ ରାଞ୍ଚିସ୍ଥିତ ଏକ ସିଭିଲ କୋର୍ଟ ପକ୍ଷରୁ ସମନ ପଠାଯାଇଛି । ଅତୀତରେ ରାହୁଲ ଗାନ୍ଧୀ କହିଥିଲେ ଯେ, ‘ମୋଦୀ ଜଣେ ଚୋର’ । ରାହୁଲଙ୍କ ଏହି ଟିପ୍ପଣୀକୁ ନେଇ ଆପତ୍ତି ଉଠାଯାଇ ରାଞ୍ଚିର ଏକ ସ୍ଥାନୀୟ ନ୍ୟାୟାଳୟରେ ମକଦ୍ଦମା ହୋଇଥିଲା ।ଏହି ମାମଲାର ବିଚାର କରି କୋର୍ଟ ପକ୍ଷରୁ ଗତକାଲି ରାହୁଲ ଗାନ୍ଧୀଙ୍କୁ ସମନ ପଠାଯାଇଛି । ଏହି ସମନରେ ଫେବ୍ରୁଆରି ୨୨ ତାରିଖ ପୂର୍ବରୁ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ୨୦୧୯ ମସିହା ମାର୍ଚ୍ଚ ୨୩ ତାରିଖରେ ‘ମୋଦୀ ଜଣେ ଚୋର’ ବୋଲି ଏକ ସଭାରେ କହିଥିଲେ । ସେ କହିଥିଲେ ଯେ ନୀରବ ମୋଦୀ, ଲଲିତ ମୋଦୀ ଓ ନରେନ୍ଦ୍ର ମୋଦୀ କେମିତି ସମସ୍ତେ ମୋଦୀ ଉପନାମରେ ଆସୁଛନ୍ତି । କେମିତି ସମସ୍ତ ଚୋରମାନେ ମୋଦୀ ଉପନାମ ପାଇଛନ୍ତି? ଆମେ ଜାଣିପାରୁ ନାହୁଁ ଯେ, ଏଭଳି କେତେ ମୋଦୀ ବାହାରିବେ ।

image source–ndtv

ରାହୁଲଙ୍କ ‘ମୋଦୀ ଜଣେ ଚୋର’ ଟିପ୍ପଣୀକୁ ନେଇ ମଧ୍ୟପ୍ରଦେଶର ଭୋପାଳ ନିବାସୀ ପ୍ରଦୀପ ମୋଦୀ ନାମରେ ଜଣେ ବ୍ୟକ୍ତି କୋର୍ଟରେ ମକଦ୍ଦମା କରିଥିଲେ । ସେ ଅଭିଯୋଗ ଆଣିଥିଲେ, ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି, ଯେଉଁମାନେ ଏଭଳି କାମରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ନାମ ନିଅନ୍ତୁ , ମାତ୍ର ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟକୁ ଟାର୍ଗେଟ କରାଯିବା ଠିକ ନୁହେଁ ।

ସମ୍ବନ୍ଧିତ ଖବର