ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବା ରାଜ୍ୟମାନଙ୍କରୁ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚୁଥିବା ଯାତ୍ରୀମାନଙ୍କର ନମୁନା ପରୀକ୍ଷା କରାଯିବ ଏବଂ ରିପୋର୍ଟ ପଜିଟିଭ୍ ଆସିଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ‘କ୍ୱାରେଣ୍ଟିନ୍’ରେ ରଖାଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏହାପରେ ରେଳ ଓ ବସ୍ ଷ୍ଟେସନ୍ରେ ମଧ୍ୟ ଏଭଳି ପରୀକ୍ଷା କରାଯିବ।
‘ଦିଲ୍ଲୀ ଏୟାର୍ପୋର୍ଟ ଅଥରିଟି’ ଟୁଇଟର୍ରେ ସେୟାର୍ କରିଥିବା ଏକ ନୋଟିସ୍ରେ ଉଲ୍ଲେଖ ଅଛି, ସରକାରଙ୍କ ସଦ୍ୟତମ ଆଦେଶ ଅନୁସାରେ, ‘ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ହଠାତ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ରାଜ୍ୟମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କର ‘ରାଣ୍ଡମ୍ କୋଭିଡ୍-୧୯ ଟେଷ୍ଟିଙ୍ଗ୍’ କରିବେ।
Kind attention to all the domestic flyers arriving to #DelhiAirportpic.twitter.com/nnsh1AFDCB
— Delhi Airport (@DelhiAirport) March 31, 2021
ନମୁନା ସଂଗ୍ରହ ପରେ ଯାତ୍ରୀମାନଙ୍କୁ ଛାଡ଼ି ଦିଆଯିବ। କିନ୍ତୁ, ଯେଉଁ ଯାତ୍ରୀମାନଙ୍କର ନମୁନା ପରୀକ୍ଷା ଫଳାଫଳ ‘ପଜିଟିଭ୍’ ଆସିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମାନୁସାରେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ‘କ୍ୱାରେଣ୍ଟିନ୍’ରେ ରଖାଯିବ।
Image Courtesy of NDTVସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟର ଯେଉଁ ସବୁ ଜିଲ୍ଲାମାନଙ୍କରେ କୋଭିଡ୍-୧୯ ସଂକ୍ରମଣ ତେଜୁଛି ସେହି ଜିଲ୍ଲାମାନଙ୍କରେ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଦୁଇ ସପ୍ତାହ ମଧ୍ୟରେ ଟିକା ଦେବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Covid-Test-Will-Began-in-Delhi_Thumbnail.jpg)