କଲମ୍ବୋ: ଶ୍ରୀଲଙ୍କା ସଂସଦ ବୁଧବାର ଦିନ ଦେଶର ଅନ୍ତରୀଣ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ନୂଆ ରାଷ୍ଟ୍ରପତି ନିର୍ବାଚିତ କରିଛି। ରାନିଲ ବିକ୍ରମସିଂଘେ ୧୩୪ଟି ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଦୁଲ୍ଲାସ ଆହ୍ଲାପେରୁମାଙ୍କୁ ୮୨ଟି ଭୋଟ୍ ମିଳିଛି। ରାନିଲ ବିକ୍ରମସିଂଘେ ଜଣେ ଆଇନଜୀବୀ ଏବଂ ସେ ରେକର୍ଡ ୬ ଥର ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରହିଛନ୍ତି। ବିକ୍ରମସିଂଘେଙ୍କ ପ୍ରାର୍ଥିତ୍ବକୁ ଜନସାଧାରଣ ବିରୋଧ କରିଥିଲେ ସୁଦ୍ଧା ରାନିଲ ଆଜି ସଂସଦୀୟ ଭୋଟ୍ରେ ଜିତିଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସେ ପରବର୍ତ୍ତୀ ରାଷ୍ଟ୍ରପତି ହେବେ। ନିର୍ବାଚନ ଜିତିବାପରେ ବିକ୍ରମସିଂଘେ କହିଛନ୍ତି ଏହି ସମ୍ମାନ ପାଇଁ ମୁଁ ସଂସଦକୁ ଧନ୍ୟବାଦ ଦେଉଛି। ବିକ୍ରମସିଂଘେ କହିଛନ୍ତି, ଶ୍ରୀଲଙ୍କା ଅତ୍ୟନ୍ତ କଠିନ ସ୍ଥିତି ଦେଇ ଗତି କରୁଛି। ଆଗକୁ ଆହୁରି ଚ୍ୟାଲେଂଜ ରହିଛି। ୭୩ ବର୍ଷୀୟ ରାନିଲ ବିକ୍ରମସିଂଘେ ପୂର୍ବରୁ ୨ ଥର ରାଷ୍ଟ୍ରପତି ପଦ ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। କିନ୍ତୁ ୟୁଏନ୍ପି (ୟୁନାଇଟେଡ୍ ନେସନାଲ ପାର୍ଟି)ର ଜଣେ ସଦସ୍ୟ ଭାବେ ଆଜି ସେ ପର୍ଯ୍ୟାପ୍ତ ଭୋଟ୍ ପାଇ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ତେବେ ବିକ୍ରମସିଂଘେଙ୍କୁ ଗୋଟାବାୟା ରାଜପକ୍ଷଙ୍କ ସହଯୋଗୀ ବିବେଚନା କରି ପୁଣି ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଆଗକୁ ଏହି ଆନ୍ଦୋଳନ ପୁଣି ହିଂସାତ୍ମକ ହେବା ଆଶଙ୍କା ରହିଛି। କଲମ୍ବୋରେ ସେନା ମୁତୟନ ବଢ଼ାଇ ଦିଆଯାଇଛି।
ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ
/sambad/media/post_attachments/wp-content/uploads/2022/07/wicker.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)