ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ । ପ୍ରଧାନ ବିଚାରପତି କହିଛନ୍ତି ସଂସଦରେ ପାରିତ ହୋଇଥିବା ଆଇନର ସାମ୍ବିଧାନିକତା ରହିଛି । ଠୋସ୍ ମାମଲା ନ ମିଳିବା ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ  । ୱାକଫ୍ ଆଇନକୁ ଚ୍ୟାଲେଞ୍ଜ କରୁଥିବା ମାମଲାର ଶୁଣାଣି କରି ଏଭଳି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ବି-ଆର୍ ଗୱାଇ । 

Advertisment

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ୱାକଫ୍ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଯେକୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକୁ ତିନୋଟି ପ୍ରସଙ୍ଗରେ ସୀମିତ ରଖିବାକୁ ଆବେଦନ କରିଥିଲେ ।  ସରକାର ଯେଉଁ ପ୍ରସଙ୍ଗ ଉପରେ ପ୍ରତିବନ୍ଧିତ ଶୁଣାଣି ଦାବି କରିଛନ୍ତି ତାହା ହେଉଛି କୋର୍ଟ ଦ୍ୱାରା ବ୍ୟବହାରକାରୀଙ୍କ ଦ୍ୱାରା ୱାକଫ୍ କିମ୍ବା ଡିଡ୍ ଦ୍ୱାରା ୱାକଫ ଭାବରେ ଘୋଷିତ ସମ୍ପତ୍ତିକୁ ଡି-ନୋଟିଫାଇ କରିବା  ।  ଦ୍ୱିତୀୟ ପ୍ରସଙ୍ଗଟି କେନ୍ଦ୍ରୀୟ ଏବଂ ରାଜ୍ୟ ୱାକଫ୍ ବୋର୍ଡ ଗଠନ ସହିତ ଜଡିତ, ଯେଉଁଥିରେ ଅଣ-ମୁସଲମାନମାନଙ୍କୁ ସାମିଲ କରାଯିବାକୁ ବିରୋଧ କରାଯାଉଛି  । 

ତୃତୀୟ ପ୍ରସଙ୍ଗଟି ୱାକଫ୍ ଆଇନର ବ୍ୟବସ୍ଥା ସହିତ ଜଡିତ, ଯାହା ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ଏବଂ ଅନୁମୋଦନ ପରେ ହିଁ କୌଣସି ସମ୍ପତ୍ତିକୁ ୱାକଫ ସମ୍ପତ୍ତି ଭାବରେ ଘୋଷିତ କରାଯିବ  । ଭାରତର ମୁଖ୍ୟ ବିଚାରପତି ବି-ଆର୍‌ ଗୱାଇ କହିଛନ୍ତି ଯେ, ସଂସଦ ଦ୍ୱାରା ପାରିତ ଆଇନରେ ସାମ୍ବିଧାନିକ ବୈଧତାର ଅନୁମାନ ରହିଛି ଏବଂ ଯଦି ସ୍ପଷ୍ଟ ଆଇନଗତ ଉଲ୍ଲଘଂନ ନ ହୁଏ, ତେବେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ  । 

ଏହି ମନ୍ତବ୍ୟ ମୁଖ୍ୟ ବିଚାରପତି ୱାକଫ୍ ସଂଶୋଧନ ଆଇନ, ୨୦୨୫କୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ସମୟରେ ଦେଇଛନ୍ତି ।  ମୁଖ୍ୟ ବିଚାରପତି ଗୱାଇ ଓ ବିଚାରପତି ଏ.ଜି. ମସିହାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।  ଗତ ମାସରେ ଆଇନରେ ପରିଣତ ହୋଇଥିବା ୱାକଫ୍ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ଅନେକ ପିଟିସନର ଶୁଣାଣି କରି ଜଷ୍ଟିସ ଗୱାଇ ଏବଂ ଜଷ୍ଟିସ ଏଜି ମସିହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି  । ଖଣ୍ଡପୀଠ ତିନିଟି ସମସ୍ୟା ଚିହ୍ନଟ କରିଛନ୍ତି ।  ୱାକଫ୍ କାଉନସିଲ ଏବଂ ୱାକଫ ବୋର୍ଡରେ ଅଣମୁସଲମାନ ମାନଙ୍କୁ ସାମିଲ କରିବା ।  ୱାକଫ ଅଧିନରେ ଥିବା ୱାକଫ ସରକାରୀ ଜମିର ଚିହ୍ନଟକରଣ ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ ସରକାରଙ୍କ ତରଫରୁ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦିଆଯାଉଥିବା କୁହାଯାଇଛି ।