ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କଲାପରେ ବି ଆଉ ଏକ ନୂତନ ରେକର୍ଡ କଲେ ଜଷ୍ଟିସ୍‌ ରଂଜନ ଗୋଗେଇ; ଜାଣନ୍ତୁ ସେଇଟି କ’ଣ?…

ନୂଆଦିଲ୍ଲୀ: ନିଜର କାର୍ଯ୍ୟକାଳ ମଧ୍ୟରେ ଏକାଧିକ ଯୁଗାନ୍ତକାରୀ ରାୟ ଘୋଷଣା କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ନିଜ ପଦରୁ ଅବସର ନେଇ ସାରିିବା ପରେ ବି ସୃଷ୍ଟି କରିଛନ୍ତି ଏକ ନୂତନ ରେକର୍ଡ। ଦେଶର ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବାର ମାତ୍ର ୩ ଦିନ ମଧ୍ୟରେ ଜଷ୍ଟିସ୍‌ ଗୋଗେଇ ଖାଲି କରି ଦେଇଛନ୍ତି ତାଙ୍କ ସରକାରୀ ବଙ୍ଗଳା। ଏପରି କରିବାରେ ସେ ଦେଶର ସର୍ବ ପ୍ରଥମ ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଗତ ୧୭ ତାରଖରେ ନିଜ ପଦବୀରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ୍‌ ଗୋଗେଇ ଗତ ୨୦ ତାରିଖ ଅପରାହ୍ଣରେ ତାଙ୍କୁ ପଦବୀରେ ଥିବା କାଳରେ ମିଳିଥିବା ସରକାରୀ ବଙ୍ଗଳାକୁ ଖାଲିକରି ୫ କୃଷ୍ଣମେନନ୍‌ ମାର୍ଗରେ ମିଳିଥିବା ଏକ ନୂତନ ବଙ୍ଗଳାକୁ ଅପସାରିତ ହୋଇ ଯାଇଛନ୍ତି। ଯଦିଓ ନିଜର ସରକାରୀ ବଙ୍ଗଳାକୁ ଖାଲି କରିବାକୁ ସରକାର ତାଙ୍କୁ ଏକ ମାସର ସମୟ ଦେଇଥିଲେ ତଥାପି ମାତ୍ର ୩ ଦିନରେ ନିଜର ସରକାରୀ ବଙ୍ଗଳାକୁ ଖାଲିକରି ଆଉ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।

ଏହା ପୂର୍ବରୁ ଏହି ରେକର୍ଡ ଅନ୍ୟତମ ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଜେ ଏସ୍‌ ଖେର୍‌ଙ୍କ ନାମରେ ରହିଥିଲା। ନିଜ ପଦରୁ ଅବସର ଗ୍ରହଣ କରିବାର ଏକ ସପ୍ତାହ ପରେ ନିଜ ସରକାରୀ ବଙ୍ଗଳାକୁ ଖାଲି କରି ଦେଇଥି‌େଲ ଜଷ୍ଟିସ୍‌ ଜେ ଏସ୍‌ ଖେର୍‌।

ସମ୍ବନ୍ଧିତ ଖବର