ନୂଆଦିଲ୍ଲୀ: ଭାରତର ସଲିସିଟର ଜେନେରାଲ ପଦରୁ ରଂଜିତ କୁମାର ଆଜି ଇସ୍ତଫା ଦେଇଛନ୍ତି। ଆଇନ ମନ୍ତ୍ରାଳୟକୁ ଆଜି ରଂଜିତ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଥିବା ବେଳେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି। ଦେଶର ଦ୍ୱିତୀୟ ଶୀର୍ଷ ଆଇନ ଅଫିସର ଭାବେ ତାଙ୍କର ଦ୍ୱିତୀୟ ପାଳିକୁ ଚଳିତ ବର୍ଷ ଜୁନ୍ରେ ସରକାର ମଂଜୁରି ଦେଇଥିଲେ। ରଂଜିତ କହିଛନ୍ତି ଯେ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଏଭଳି ପଦକ୍ଷେପ ନେଇଛନ୍ତି।
ସଲିସିଟର ଜେନେରାଲ ଭାବେ ଅତ୍ୟନ୍ତ ବ୍ୟସ୍ତ କାର୍ଯ୍ୟକ୍ରମ ଭିତରେ ସେ ପରିବାର ପାଇଁ ସମୟ ଦେଇପାରୁନଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏନ୍୍ଡିଏ ସରକାର କ୍ଷମତାକୁ ଆସିବା ପରେ ୨୦୧୪ରେ ରଂଜିତଙ୍କୁ ସିଳିସିଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଥିଲା। ସୁପ୍ରିମ୍ କୋର୍ଟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ranjit-kumar_650x400_41508487862.jpg)