ନୂଆଦିଲ୍ଲୀ: ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।
ସୋମବାର ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ରାଣ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ କହିଥିଲେ,‘ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଅଧିକାରୀମାନେ ମୋତେ ମାଡ଼ ମାରି ନାହାନ୍ତି କିନ୍ତୁ ପ୍ରଚୁର ମାତ୍ରାରେ ମାନସିକ ନିର୍ଯାତନା ଦେବା ସହିତ ଗାଳିଗୁଲଜ କରିଥିଲେ। ଯାହାକୁ ମୁଁ ସହ୍ୟ କରି ପାରୁ ନାହିଁ।’