ବେଙ୍ଗାଲୁରୁ : ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରାନ୍ୟା ରାଓଙ୍କ ବାପା ଡିଜିପି ରାମଚନ୍ଦ୍ର ରାଓଙ୍କ ବିରୋଧରେ ବି ତଦନ୍ତ ଚାଲିଛି। କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ତଦନ୍ତ ପରେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯାଇଛି। ମାର୍ଚ୍ଚ ୬, ୨୦୨୫ରେ ବେଙ୍ଗାଲୁରୁରେ ଡିଆରଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଚିଠିରେ ରାନ୍ୟା ରାଓ ଦାବି କରିଥିଲେ ଯେ ତାଙ୍କ ଉପରେ ଏକ ମିଥ୍ୟା ମାମଲା ରୁଜୁ କରାଯାଇଛି। 

Advertisment

୧୨.୫୬ କୋଟି ଟଙ୍କା ମୂଲ୍ୟର ୧୪.୨ କେଜି ସୁନା ନେଇ ଦୁବାଇରୁ ଫେରୁଥିବା ବେଳେ ମାର୍ଚ୍ଚ ୩ ତାରିଖରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ରାନ୍ୟାଙ୍କୁ ଗିରଫ କରାଯାଇଥିଲା। ବେଙ୍ଗାଲୁରୁରେ ଡିଆରଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ତାଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରାଯାଇଛି ବୋଲି ଦାବି କରିଛନ୍ତି ରାନ୍ୟା ରାଓ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଅଧିକାରୀମାନେ ତାଙ୍କୁ ମାଡ଼ ମାରିବା ସହ କିଛି ଖାଲି ଓ ପୂର୍ବ ଲିଖିତ ଦସ୍ତାବିଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।