ମୁମ୍ବାଇ: ପୁଣେରେ ଜଣେ ୧୩ ବର୍ଷିୟା ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ପୀଡ଼ିତା ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଅଘଟଣ ଗତ ୩୧ ତାରିଖ ରାତିରେ ଘଟିଥିଲା। ନାବାଳିକା ଜଣକ ପୁଣେ ରେଳ ଷ୍ଟେସନରେ ଜଣେ ସାଙ୍ଗକୁ ଅପେକ୍ଷା କରିଥିବାବେଳେ ଜଣେ ଅଟୋରିକ୍ସା ଚାଳକ ତାଙ୍କୁ ଦେଖିଥିଲା। ନାବାଳିକା ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅଟୋଚାଳକ ରାତି ଅନେକ ହେଲାଣି, ତାଙ୍କୁ ଘରେ ଛାଡ଼ି ଦେବାକୁ ଅଟୋରେ ବସାଇଥିଲା। ତା’ପରେ ସେ ତାର କିଛି ବନ୍ଧୁଙ୍କୁ ଫୋନ୍ କରିଥିଲା। ନାବାଳିକାକୁ ଅଟୋରେ ବସାଇ ସହରସାରା ବୁଲାଇ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ତା’ପରେ ମୁମ୍ବାଇ ଯାଉଥିବା ଏକ ବସ୍ରେ ନାବାଳିକାକୁ ଜୋର ଜବରଦସ୍ତ ବସାଇ ଦେଇଥିଲେ। ଝିଅ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ବାପା ୱାନୱାଡି ଥାନାରେ ନିଖୋଜ ରିପୋର୍ଟ କରିଥିଲେ। ଅଭିଯୋଗ ପାଇ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ପୁଣେରୁ ନାବାଳିକାକୁ ଉଦ୍ଧାର କରି ପୁଲିସ ତାର ବୟାନ ରେକର୍ଡ଼ କରିବା ପରେ ୭ ଜଣଙ୍କୁ ଗିରଫ କରିଛି।
ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ୭ ଗିରଫ
/sambad/media/post_attachments/wp-content/uploads/2021/07/arrest-new-indian-express-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)